ଚିତ୍ରକୋଣ୍ଡା ୫ଟି ଉଚ୍ଚ ବିଦ୍ୟାଳୟରେ PFMS ବିଷୟରେ ପ୍ରଶିକ୍ଷଣ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଉଚ୍ଚ ବିଦ୍ୟାଳୟରେ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ CRCC ମାନଙ୍କୁ ନେଇ ଦୁଇଦିନ PFMS ବିଷୟରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି I ଏଥିରେ ୧୮ଟି ଗ୍ରାମ ପଞ୍ଚାୟତ ସମସ୍ତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକଙ୍କୁ ଏବଂ CRCC ମାନଙ୍କୁ 2ଦିନ PFMS ବିଷୟରେ ତାଲିମ ଦିଆଯାଇଥିଲା I ମୁଖ୍ୟତ ଜିଲ୍ଲା FC ଶ୍ରୀ ଦେବେନ୍ଦ୍ର କୁମାର ଦାସ, ଜିଲ୍ଲା ହିସାବ ରକ୍ଷକ ଶ୍ରୀ ସାମନାଥ ପୃଷ୍ଟି ଏବଂ ଶ୍ରୀ ଅବନୀ କୁମାର ପଣ୍ଡା ମିଳିତ ଭାବରେ ଦୁଇ ଦିନ ତାଲିମ ପ୍ରଦାନ କରିଥିଲେ I ଆଗକୁ ପ୍ରଧାନ ଶିକ୍ଷକ ଓ CRCC ମାନେ ସହଜରେ ଅନଲାଇନ ମାଧ୍ୟମରେ କିପରି ଖର୍ଚ୍ଚ କରିବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା I ବ୍ଲକ ଶିକ୍ଷାଧିକାରୀ ଶୁ ଶ୍ରୀ ଗାୟତ୍ରୀ ଦେବି ଓ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ଅଞ୍ଜନ ଚୌଧୁରୀ ତଦାରଖ କରିଥିଲେ I ଚିତ୍ରକୋଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଜାନକୀ ହ୍ୱନ୍ତାଳ ଏଵଂ ବ୍ଲକ ହିସାବ ରକ୍ଷକ ମାନେ ପରିଚାଳନା କରିଥିଲେ I ପ୍ରଥମ ଥର ଚିତ୍ରକୋଣ୍ଡା ବ୍ଲକରେ ଅନଲାଇନ ଭଳି ପ୍ରଶିକ୍ଷଣ ପାଇଥିବାରୁ ୧୮ଟି ପଞ୍ଚାୟତ ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଏଵଂ CRCC ବନ୍ଧୁମାନେ ଖୁସି ଅନୁଭବ କରି ଥିଲେ I

Leave A Reply

Your email address will not be published.