xmas

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀ ପୁରସ୍କୃତ

ଫୁଲବାଣୀ, ୨୫/୦୯: ରବିବାର ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବର ସମ୍ମିଳନୀ କକ୍ଷ ଠାରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର, କପ, ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ସମ୍ମାନିତ ଅତିଥି ଭାବେ ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ମନୋରଞ୍ଜନ ପଟନାୟକ ଓ ମୁଖ୍ୟ ବକ୍ତା ଭାବେ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସମାଜସେବୀ ବିପ୍ର ଚରଣ ପାତ୍ର ଯୋଗ ଦେଇ ଦୀର୍ଘ ଚାଳିଶରୁ ଉର୍ଧ୍ଵ ବର୍ଷ ଧରି ରୋଟାରୀ କ୍ଲବ କିପରି ସମାଜ ସେବାରେ ନିଜକୁ ସାମିଲ କରି ପାରିଛି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ, ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ଦିଗରେ ରୋଟାରୀ କ୍ଲବ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ ପ୍ରଶଂସିତ ମଧ୍ୟ ହୋଇଛି l

ଅନ୍ୟ ମାନଙ୍କ ମଧ୍ୟରେ କର୍ମେଲ ସ୍କୁଲ ଅଧ୍ୟକ୍ଷ ଓ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ରବି ନାରାୟଣ ସୁବୁଦ୍ଧି, ପାବନ କୁମାର ଅଗ୍ରୱାଲ, କେ. ଜ୍ଞାନ ଦୋରା, ପଦ୍ମଚରଣ ସ୍ୱାଇଁ, ଦେବେନ୍ଦ୍ର ପାତ୍ର, କୁନ୍ଦନ ସିଂହ, ପ୍ରକାଶ କୁମାର ପଣ୍ଡା, ପ୍ରସନ୍ନ ପଣ୍ଡା, ଶ୍ରୀମତୀ ବିରାଜିନୀ ମହାପାତ୍ର, ଡି. ଅରୁଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l କାରମେଲ ଇଂରାଜୀ ମିଡ଼ିଅମ ସ୍କୁଲ, ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଚାଶ ଜଣ ଛାତ୍ର, ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.