xmas

କନ୍ଧମାଳ ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଓ ବାର୍ଷିକ ଉତ୍ସବ

ଫୁଲବାଣୀ, ୨୫/୦୯: କନ୍ଧମାଳ ମିଡିଆ ଫରୋମ ପକ୍ଷରୁ ଆସନ୍ତା ୩୦ ଓ ୧ ଦୁଇଦିନ ଧରି ଏକ କର୍ମଶାଳା ଅନୁଷ୍ଠିତ ହେବ l ଏଥି ସହ ସଙ୍ଘର ବାର୍ଷିକ ଉତ୍ସଵ ମଧ୍ୟ ଆୟୋଜନ କରାଯିବ l ଏହି କର୍ମଶାଳାରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ରାଜାରାମ ଶତପଥୀଙ୍କ ସମେତ ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଅର୍ଗାନାଇଜିଙ୍ଗ କମିଟି, ଫାଇନାନ୍ସ କମିଟି, ଫୁଡ କମିଟି, ରିସେପସନ କମିଟି, ସାଂସ୍କୃତିକ କମିଟି ଆଦି ଗଠନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଯୋଗ ଦେବେ ବୋଲି ଫୋରମର ସଭାପତି ସୁନୀଲ ବିଶ୍ୱାଳ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଭାପତି ବିଶ୍ୱାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l

Leave A Reply

Your email address will not be published.