xmas

ପ୍ରକୃତି ସହ କିଛି ମୁହୁର୍ତ୍ତ

ମାଲକାନଗିରି :- ଦ୍ୱିତୀୟ ବର୍ଷରେ ରକ୍ ଟକ୍ ଟିମ୍ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଆଜି “ପ୍ରକୃତି ସହ କିଛି ମୁହୁର୍ତ୍ତ” ବିତେଇବାକୁ ମା ତାରିଣି ମନ୍ଦିର ସମ୍ମୁଖ ଜଙ୍ଗଲ ଓ ପାହାଡ ଉପରଦେଇ ଚମ୍ପାଖାରି ଗ୍ରାମ ନିକଟ ବସ୍ତିରେ ପହଞ୍ଚି ଥିଲେ l ଏହି ଯାତ୍ରାରେ ୩.୭୪ କିମି ଲମ୍ବ ଓ ୩୨୩୪ ଉଚ୍ଚତା ଅତିକ୍ରମ କରିଥିଲେ l ସକାଳ ୬ଟାରେ ଏହିଯାତ୍ରା ୨୮ ଜଣ ପର୍ବତଆରୋହି ମାନଙ୍କୁ ନେଇ ଟିମ୍ ସଂଗଠନ ଯାତ୍ରା ଆରମ୍ଭ କରିଥିଲା l ଦ୍ୱିପହର ପ୍ରାୟ ୧.୪୫ରେ ଏହି ଯାତ୍ରା ଚମ୍ପାଖାରୀରେ ଶେଷ ହୋଇଥିଲା l କେତେବେଳେ ଅଣ ଓସାରିଆ ରାସ୍ତା ତ କେତେବେଳେ ସୁଦୀର୍ଘ ପଥର ଚଟାଣ, ପୁଣି ଗୁମ୍ଫା ଭିତରେ ପ୍ରବେଶ କରି ସୁଉଚ୍ଚ ପଥର ଚଟାଣ ଉପରକୁ ପହଞ୍ଚି ଟିମ୍ ପହଞ୍ଚିଥିଲା l ସେଠାରେ ନେଇଥିବା ଜାତୀୟ ପତକା ଉଡାଇବାସହ କିଛି ଫୋଟୋ ମଧ୍ୟ ଉତ୍ତୋଳନ କରିଥିଲେ l ଏହା ପର୍ବତ ଆରୋହଣର ପ୍ରାଥମିକ ପ୍ରଶିକ୍ଷଣ ଥିଲା ବୋଲି ଆୟୋଜକ ଶ୍ରୀମତି ଭାରତି ପାଢୀ କହିଛନ୍ତି l ଏହି ଟିମ୍ରେ ମିନକେତନ ସମରଥ (ଅଲ୍ ଇଣ୍ଡିଆ ମାଉଣ୍ଟେରିଆନ୍ ଏସ୍ପେଡିସନ୍) ଓ ଏନ୍.ସି.ସି (ୱାନ୍ ଓଡିଶା ଇନଫେଣ୍ଟ୍ରି କମ୍ପାନୀ)ର ବସନ୍ତ ମଣ୍ଡଲ୍, କେଶବ ହାଡଫୁଟିଆ, ଶିବ ବରଜା, ତାରେଶ୍ୱର ପୁଜାରୀ, କୁନାଲ୍ ବେଶରା ପ୍ରମୁଖ ସହଯୋଗ ଯାତ୍ରୀ ଥିଲେ l ମହିଳା ସଦସ୍ୟମାନଙ୍କ ମଧ୍ୟରେ ସବିତା କଚିମ୍, ଲକ୍ଷ୍ମି ମାଡକାମି, ଇସା ଘୋଷ, ଡଲି ମାହାତ୍ତ, ଭାରତି ବେଟି, ଗିତାଞ୍ଜଳି ବୁରୁଦା, ସ୍ନେହା ସାହୁ, ପୁଜା, ପ୍ରିୟଙ୍କା ମାଢି, ସୁମିତ୍ରା ମାଢି, ରାଜକୁମାରୀ ମାଢି, ପିଙ୍କି ମାଡକାମି, ଦୀପିକା ମାଡକାମି, ରୁପାଲି ଡୁରୁକା, ଇନ୍ଦ୍ରାଣି ମଣ୍ଡଲ୍, ସବିତା ପୁଜାରୀ, ବିନତି ପଢିଆମି, ରିତା ଦୁରୁଆ, ସୁଭଦ୍ରା ମାଛା, ରିମାରାଣି ସରକାର, ହିରାମଣି ପ୍ରମୁଖ ସହଯାତ୍ରୀ ଥିଲେ l ଆଗାମୀ ଦିନରେ ଖଇରପୁଟ୍ ବ୍ଲକ୍ ବଣ୍ଡାଘାଟି ଅଞ୍ଚଳ ଯିବା ଓ ସେମାନଙ୍କ ସହ ଭାବ ବିନିମୟ କରିବା, ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଦୈନନ୍ଦିନ ଜୀବନକୁ ନିକଟରୁ ଦେଖିବା ନିମନ୍ତେ ଏକ ପ୍ରୟାସ ଆଗାମି ସପ୍ତାହରେ ହେବ ବୋଲି ଟିମ୍ ସଂଗଠନର ସମ୍ପାଦକ ଶ୍ରୀ ରାମ କୃଷ୍ଣ ଚୌଧୁରୀ କହିଥିଲେ l ଜୀବ, ମଣିଷ ଓ ପରିବେଶ ପରସ୍ପର ନିର୍ଭରଶୀଳ, ବନ୍ୟ ଜୀବଜନ୍ତୁ ସଂରକ୍ଷଣ, ଜଙ୍ଗଲ ବଞ୍ଚାଅ ପ୍ରମୁଖ ବିଷୟକୁ ବଣ ଜଙ୍ଗଲରେ ରହୁଥିବା ଲୋକଙ୍କ ନିକଟରେ ସଚେତନା ବାର୍ତ୍ତା ଦେବା ତଥା ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଟିଏ ହେବା ଏହି ଯାତ୍ରାର ଲକ୍ଷ ଅଟେ ବୋଲି ନବ ନିଯୁକ୍ତ ଜିଲ୍ଲା ବନ୍ୟ ଜୀବଜନ୍ତୁ ସଂରକ୍ଷକ ଚୌଧୁରୀ ମତ ଦେଇଛନ୍ତି l

Leave A Reply

Your email address will not be published.