xmas

ଉପକୂଳରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେଵୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବା – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ଶୁଣିଲେ କେନ୍ଦ୍ରମନ୍ତ୍ରୀ
ଟିବି ମୁକ୍ତ ଭାରତ ଓ଼ଇଁ ଦେଶବାସୀଙ୍କ ଜନ-ଭାଗିଦାରୀ ପ୍ରଶଂସନୀୟ
ଦେଶବାସୀଙ୍କ ଭାବନାକୁ ଯୋଡ଼ିବାରେ ମନ କି ବାତ କାର୍ଯ୍ୟକ୍ରମ ଶକ୍ତିଶାଳୀ ମାଧ୍ୟମ ହୋଇଛି
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ସମସ୍ତେ ସ୍ଵଚ୍ଛତା ଏବଂ ସ୍ୱାସ୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବା

ଭୁବନେଶ୍ୱର/ ଅନୁଗୋଳ, ସେପ୍ଟେମ୍ବର ୨୫: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଶୁଣିଛନ୍ତି । ଏହି ସଂସ୍କରଣରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେଵୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଏହି କାମ କରିବା ପାଇଁ ସେମାନଙ୍କ ଆତ୍ମବିଶ୍ଵାସକୁ ଦୃଢ କରିବା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ କି ବାତରେ ସ୍ଵଚ୍ଛତା, ଯୁବଶକ୍ତିର କ୍ଷମତା, ଜଳବାୟୁ ପରିବର୍ତ୍ତନ ଏବଂ ଭୋକାଲ ଫର ଲୋକାଲ ଭଳି ଅନେକ ଶିକ୍ଷଣୀୟ ବିଷୟ ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶାର ‘ଆମେ ଓଡ଼ିଆ‘ ସଂଗଠନ ଭଳି ବିଭିନ୍ନ ରାଜ୍ୟର ସ୍ୱେଚ୍ଛାସେଵୀ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କୁ ଦ୍ୱାରା ଉପକୂଳ ଅଞ୍ଚଳ ତଥା ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଅନେକ ସ୍ୱେଚ୍ଛାସେଵୀ ସଂଗଠନର ଆତ୍ମବିଶ୍ଵାସକୁ ଦୃଢ କରିବା ସହ ‘ସ୍ଵଚ୍ଛ ସାଗର ଓ ସୁରକ୍ଷିତ ସାଗର‘ ପାଇଁ ପ୍ରେରିତ କରିବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଟିବି ମୁକ୍ତ ଭାରତ ପାଇଁ ଜନ-ଭାଗିଦାରୀ ତଥା ଏହି ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କ ଉତ୍ସାହ ପ୍ରଶଂସନୀୟ । ଏହିଭଳି ସାମାଜିକ ପରିବର୍ତ୍ତନ ସହ ଦେଶବାସୀଙ୍କ ଭାବନାକୁ ଯୋଡିବାର ମନ କି ବାତ କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ସମସ୍ତେ ସ୍ଵଚ୍ଛତା ଏବଂ ସ୍ୱାସ୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବା ସହ ନିଜର କର୍ତ୍ତବ୍ୟ ପାଳନ କରିବା । ଜାତୀୟ କ୍ରୀଡାକୁ ଅନୁସରଣ କରିବା ସହ ଆମ କ୍ରୀଡ଼ାବିତଙ୍କୁ ମନୋବଳକୁ ବଢାଇବା ପାଇଁ ଶ୍ରୀ ପ୍ରଧାନ ଦେଶବାସୀଙ୍କ ଉଦେଶ୍ୟରେ କହିଛନ୍ତି ।

Leave A Reply

Your email address will not be published.