xmas

୯ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ। ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ରୋମାଞ୍ଚକର ଟି-୨୦ ମୁକାବିଲାରେ ବାଜି ମାରିଛି। ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ତଥା ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଏଥିସହ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୮୬ ରନ କରିଥିଲା। ୧୮୭ ରନ୍‌ର ଲକ୍ଷ୍ୟକୁ ପିଛାକରି ୧୯.୫ ଓଭରରେ ୪ ୱିକେଟ ହରାଇ ନିର୍ଦ୍ଧାରିତ ରନ୍‌ କରି ବିଜୟ ହୋଇଛି ।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୯ ରନ୍‌ କରିଥିବା ବେଳେ ବିରାଟ କୋହଲି ୪୮ ବଲରେ ୬୩ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ୍ ସାମସ୍ ୨ଟି ୱିକେଟ ନେଇଥିବା ବେଳେ ଜୋସ୍ ହାଜଲେଉଡ୍ ଓ ପ୍ୟାଟ୍ କମିନ୍ସ ୧-୧ ୱିକେଟ ନେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ବୋଲିଂରେ ଟିମ ଇଣ୍ଡିଆର ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରିଥିଲା।

କାମେରନ ଓ ଅଧିନାୟକ ଆରୋନ ଫିଞ୍ଚ (୭ରନ୍‌) ୩.୩ ଓଭର ଖେଳି ୪୪ ରନ୍‌ର ଭାଗିଦାରୀ ହୋଇଥିଲେ। କିନ୍ତୁ ଷ୍ଟିଭେନ୍‌ ସ୍ମିଥ ଓ ଗ୍ଲେନ ମ୍ୟାକ୍ସୱେଲ ଯଥାକ୍ରମେ ୯ ଓ ୬ ରନ୍‌ କରି ଆଉଟ ହୋଇଥିଲେ। ଜୋସ ଇଙ୍ଗଲିସ୍‌ ୨୪ ରନ୍‌ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୩ଟି ଚୌକା ମାରିଥିଲେ। ଡେନିଏଲ୍‌ ସାମ୍‌ସ ଅପରାଜିତ ୨୮ ରନ୍‌ ସଂଗ୍ରହ କରିଥିଲେ।

Leave A Reply

Your email address will not be published.