xmas

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକସ୍ତରୀୟ ସୁନାରି ସମାଜର ତ୍ରିବାର୍ଷିକ ନିର୍ବାଚନ ଅନୁଷ୍ଠିତ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକସ୍ତରୀୟ ସୁନାରି ସମାଜର ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ସମାଜର ସମସ୍ତ ସଦସ୍ୟଙ୍କ ଅନୁମତିରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ ହୋଇଛି ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଅନ୍ନଦା କୁମାର ସରାଫ, ସାଧାରଣ ସମ୍ପାଦକ ଭାବରେ ଅନ୍ତର୍ଯ୍ୟାମୀ ସରାଫ ଓ କୋଷାଧ୍ୟକ୍ଷ ଭାବରେ କିଶୋର ସରାଫ ମନୋନୀତ ହୋଇଥିବା ବେଳେ ୧୧ ଜଣିଆ କାର୍ଯ୍ୟକାରୀ ସଦସ୍ୟ ଭାବରେ ସର୍ବ ସମ୍ମତି କ୍ରମେ ହିରାଲାଲ ସାଥୁଆ, ମୁଞ୍ଚୁ ସରାଫ, ସଞ୍ଜୟ ଚିନ୍ଦ୍ରା, ବଳରାମ ସରାଫ,ଅଖ୍ଯୟ ସାହୁ, ଅଭି ପୃଷ୍ଟି, ଅମିତ ସରାଫ, ସୁଭମ ପୃଷ୍ଟି, କୈଳାସ ସରାଫ ସାପଲହର ପ୍ରମୁଖ ମନୋନୀତ ହୋଇଛନ୍ତି। ଏଥିରେ ସମାଜର ବରିଷ୍ଠ ସଦସ୍ୟ ଗୈନ୍ତିଆ କୁମାର ସାହୁ, କ୍ଷେତ୍ର ବାସୀ ଚିନ୍ଦ୍ରା , ହର୍ଷବର୍ଦ୍ଧନ ସାହୁ, ଜଗବନ୍ଧୁ ପୋଥାଲ , ବିଶ୍ବଜିତ ସରାଫ, ମିନକେତନ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି। ନୂତନ କମିଟିର ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ଆସନ୍ତା ଅକ୍ଟୋବର ୯ ତାରିଖ ଦିନ ସୁନାରି ସମାଜ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହେବା ପାଇଁ ଘୋଷଣା କରାଯାଇଥିଲା। ଶେଷରେ ପୂର୍ବତନ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.