କୋଟପାଡ଼ରେ ଜିଲ୍ଲାପାଳଙ୍କ ଶୁଣାଣି

କୋଟପାଡ଼: ଆଜି କୋଟପାଡ଼ ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ହୋଇଥିଲା l ଏଥିରେ ୩୪ ଟି ଗ୍ରୁପ, ଏବଂ ୧୯ ଟି ଜଣେ ଜଣେ ନିଜର ଅଭିଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏଡିଏମ୍ ଓ କୋରାପୁଟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏସଡିପିଓ ବୋରିଗୁମ୍ମା, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କୋଟପାଡର ଜଳସେଚନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍ ବିଭାଗ, କୃଷି ବିଭାଗ, ପଞ୍ଚାୟତ ବିଭାଗ, ଖାଦ୍ୟ ଓ ଯୋଗାଣ ବିଭାଗର ସମସ୍ତ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l କୋଟପାଡ଼ ପ୍ରେସ କ୍ଲବ ସଭାପତି ପଙ୍କଜ କୁମାର ପାତ୍ର, ଉପସଭାପତି କେ ରାଜ ଶେଖର ରାଓ, ଉପଦେଷ୍ଟା ପ୍ରଦୀପ ବକ୍ସି, ସମ୍ପାଦକ ଶଙ୍କର ପଣ୍ଡା, ମୁକ୍ତେଶ୍ଵର ନାୟକ ପ୍ରମୁଖ ଉପସ୍ଥିତ ରହି ରାସ୍ତାରେ ଗାଈ ମାନଙ୍କ ଦ୍ଵାରା ରାସ୍ତା ଅବରୋଧ କରୁଥିବାରୁ ଏହାର ସମାଧାନ ପାଇଁ କୋଟପାଡରେ ଏକ ସ୍ଥାୟୀ କଞ୍ଜୀୟା ଘର ତିଆରି ପାଇଁ ଅନୁରୋଧ କରାଯାଇଥିଲା l ଏହି ଅଭିଯୋଗ ପ୍ରକଷ୍ଟ୍ରରେ ବିଡିଓ ସ୍ନେହପ୍ରଭା ମାଝୀ, ନଗରପାଳ ଏମ ଶଙ୍କର ରାଓ ମଧ୍ୟ ପ୍ରମୁଖ ଉପସ୍ତିତ ଥିଲେ l

Leave A Reply

Your email address will not be published.