ଓଡିଶା ନାଟ୍ୟ ସଂଘର ୩୫ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ, ୨୭/୦୯: ସୋମବାର ଫୁଲବାଣୀ ପ୍ରେସ କ୍ଲବଠାରେ ଜିଲାର ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘର ୩୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ନାଟକ -ଏକ ଜୀବନ୍ତ ପ୍ରତି ଛବି ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ବନାନୀ କଳାସଙ୍ଗମ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଆଲୋଚକ ଭାବେ ସାହିତ୍ୟିକ, ନାଟ୍ୟକାର ପଣ୍ଡିତ ଡ଼ଃ. ଅନନ୍ତ ଚରଣ ମିଶ୍ର, ଆଇନଜୀବୀ ତଥା ନାଟ୍ୟ ପ୍ରେମୀ ବିଜୟକୃଷ୍ଣ ପଟନାୟକ, ସଙ୍ଘର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, କଳାକାର ସଙ୍ଘ ସଭାପତି ଅକ୍ଷୟ କର୍ଣ, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରମୁଖ ଯୋଗ ଦେଇ ଆଜିର ଇଲେକ୍ଟ୍ରୋନିକକ୍ସ ଯୁଗରେ ଡ୍ରାମା, ଥିଏଟର ଓ ଅନ୍ୟାନ୍ୟ ଲୋକ କଳା ପ୍ରତି ଲୋକଙ୍କ ଆଗ୍ରହ ଧୀରେ ଧୀରେ କମି ଯାଉଥିବାରୁ ପୂର୍ବପରି ଡ୍ରାମା, ଥିଏଟର ଆଦିକୁ ବଞ୍ଚାଇ ରଖିବା ଦିଗରେ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ l ବନାନୀ କଳା ସଙ୍ଗମ ପୁଣି ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିବା କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ ତଥା ନାଟ୍ୟପ୍ରେମୀ ନବକୃଷ୍ଣ ରଥ,, ଅବସରପ୍ରାପ୍ତ ପୋଲିସ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ପଞ୍ଚାନନ କହଁର, ନଟରାଜ କଳା ମନ୍ଦିର ମୁଖ୍ୟ ବିନୋଦ କୁମାର ସାହୁ, ପ୍ରମୂଖ କଳା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ l ମିଳିତ ନାଗରିକ ମଞ୍ଚ ଆବାହକ ତଥା ନାଟ୍ୟ ପ୍ରେମୀ, ସାମ୍ବାଦିକ ଅଶୋକ ପରିଡା ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.