xmas

ଆବାସିକ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଏବିଭିପି

ଫୁଲବାଣୀ, ୨୭/୦୯: କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳର ଏକ ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ୍ୟ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ମଙ୍ଗଳବାର ଏବିଭିପି ପକ୍ଷରୁ କନ୍ଧମାଳ ଜିଲ୍ଲାର ଛାତ୍ରୀ ପ୍ରମୁଖ ତଅପୋଇ କହଁରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ସହ-ସମ୍ପାଦକ ଅମିତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅହଲ୍ୟା ମାଝୀ, ଜିଲ୍ଲା ସହ ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକ ଯୋଗ ଦେଇଥିଲେ l କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମୟରେ ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ମାନେ ସନ୍ତାନ ପ୍ରସଵ କରିବା, ଗର୍ଭବତୀ ହେବା ଘଟଣାକୁ ଏବିଭିପି ନିନ୍ଦା କରିବା ସହ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅବହେଳା, ଦାଇତ୍ୱ ହୀନତାକୁ ଦାୟୀ କରିଛି l ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେଵ ସେଥିପାଇଁ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ବିଦ୍ୟାର୍ଥୀ ପରିଷଦ କହିଛି l

Leave A Reply

Your email address will not be published.