xmas

ବରଗଡ଼ ଜିଲ୍ଲା ପଦ୍ମପୁର ଜେନିଥ ସ୍କୁଲର ବସ ଦୂର୍ଘଟଣା ଘଟଣା

୨ ଛାତ୍ର ବୁର୍ଲା ସ୍ଥାନାନ୍ତର, ସ୍କୁଲ ଛୁଟି, ପରୀକ୍ଷା ବାତିଲ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ଘରୋଇ ସ୍କୁଲ ଜେନିଥର ଏକ ବସ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରୁ ଫେରୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ଦୂର୍ଘଟଣା ଘଟି ଜଣେ ଶିକ୍ଷୟତ୍ରି, ବସ ହେଲପର ସହ ୧୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହତ ହେବା ଓ ୨ଜଣ ଛାତ୍ର ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରୁଛି। ଉକ୍ତ ଘଟଣାକୁ ନେଇ ସ୍କୁଲକୁ ଆଜି ୨୭ ତାରିଖରୁ ଆଗୁଆ ଦଶହରା ଛୁଟି ଘୋଷଣା କରାଯାଇଥିବା ବେଳେ ପରିକ୍ରମା ମଧ୍ୟ ବାତିଲ ହୋଇ ସ୍କୁଲରେ ଅଭିଭାବକ ବୈଠକ ବସି ଗୁରୁତ୍ବ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ଉକ୍ତ ଦୂର୍ଘଟଣାଟି ସ୍କୁଲରୁ ମାତ୍ର କିଛି ଦୂରରେ ଘଟିଛି। ଘଟଣା ଘଟାଇଥିବା ଡ୍ରାଇଭରଙ୍କ ପ୍ରତି କୈାଣସି ଲଗାମ ନ ଥିବା ଓ ଏଥିପ୍ରତି ସ୍କୁଲ ମାଲିକ କିମ୍ବା ସ୍ଥାନୀୟ ପୋଲିସ କିମ୍ବା ଆରଟିଓ କେବେ ଗୁରୁତ୍ବ ଦେବାକୁ ଚେଷ୍ଟା କରିନଥିବା କାରଣରୁ ଏଭଳି ଘଟଣା ଘଟିଛି ବୋଲି ଅଭିଭାବକ ଅସନ୍ତୋଷ ପ୍ରକଟ କରିଛନ୍ତି। ଘଟଣାରୁ ଜଣା ପଡିଛି ଯେ ଛତିଶଗଡ଼ର ନମ୍ବର ଥିବା ଏକ ପୁରୁଣା ବସ୍ରେ ପ୍ରତିଦିନ ଭଲି ଆଜି ବି ଆବଶ୍ୟକତା ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ବସ୍ଟି ବାହାରିଥିଲା । ସ୍କୁଲର ମାତ୍ର କିଛି ଦୂର ଝାଙ୍କରପାଲି ଗାଁ ନିକଟରେ ଦ୍ରୁତ ଗତି ଗାଡ଼ି ଚାଲନା ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା ଫଳରେ ସମସ୍ତ ଛାତ୍ରଛାତ୍ରୀ ନିଜେ ନିଜେ ବହୁ କଷ୍ଟରେ ଜୀବନ ବଞ୍ଚାଇଥିଲେ। ସଙ୍ଗେ ସଙ୍ଗେ ପାଟିତୁଣ୍ଡ ଶୁଣି ଜନସାଧାରଣ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ପରେ ସମସ୍ତେ ଛାତ୍ରଛାତ୍ରୀଙ୍କୁ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା କରାଯାଇଥିଲା ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ଛାତ୍ରଛାତ୍ରୀ ଗୁରୁତର ଆହତ ଥିବା ଜଣା ପଡିଛି। ଏହି ଘଟଣାକୁ ନେଇ ଜେନିଥ ସ୍କୁଲ ମାଲିକଙ୍କ ଅବହେଳାକୁ ଦାୟୀ କରାଯାଇ ଗିରଫ କରିବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି। ଘଟଣାକୁ ୨୪ ଘଣ୍ଟା ଅତିବାହିତ ହୋଇ ସାରିଥିଲେ ବି ପଦ୍ମପୁର ପୋଲିସ ବସ ଡ୍ରାଇଭରକୁ ଗିରଫ କରିନଥିବା ଯୋଗୁଁ ପୋଲିସ କାହାକୁ ଅନୁକମ୍ପା ପ୍ରଦର୍ଶନ କରୁଛି ବୋଲି ଅସନ୍ତୋଷ ଦେଖା ଦେଇଛି ।

Leave A Reply

Your email address will not be published.