xmas

ମୁଦୁଲିପଡା ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ମାଲକାନଗିରି,୨୭।୯ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ବଣ୍ଡା ଉନ୍ନୟନ ସଂସ୍ଥା ପରିସରରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲୋ ଏହି ଅଭିଯୋଗ ଶୁଣାଣୀରେ ମୁଦୁଲିପଡା ଅଞ୍ଚଳର ବହୁ ଜନସାଧାରଣ ନିଜ ନିଜର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲୋ ଏଥିସହ ବଣ୍ଡା ଘାଟିର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ମଧ୍ୟ ଅଭିଯୋଗ କରିଥିଲୋ ବିଶେଷ କରି ବଣ୍ଡାଘାଟିରେ ପାନୀୟ ଜଳ, ରାସ୍ତାଘାଟ, ଭଳି ମୌଳିକ ସୁବିଧା ପାଇ ପାରୁନଥିବା ଅଭିଯୋଗ କରାଯାଇଥିଲ।। ବଣ୍ଡାଘାଟିରେ ବସବାସ କରୁଥିବା ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହ ଯୋଗ କିମ୍ବା ତାଙ୍କ ଅଞ୍ଚଳର ବିକାଶ ଘଟାଉ ନାହାନ୍ତି ବୋଲି ଅଭିଯୋଗ ହୋଇଥିଲ।। ଏ ସମ୍ବନ୍ଧରେ ଜିଲ୍ଲାପାଳ ଶ୍ରୀ ସିଂ ତୁରନ୍ତ ପ୍ରକୋଷ୍ଟରେ ଆସିଥିବା ସମସ୍ତ ଅଭିଯୋଗକୁ ସେହି ବିଭାଗର ଅଧିକାରୀ ମାନେ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଇଥିଲେ।

Leave A Reply

Your email address will not be published.