xmas

୮ ଲକ୍ଷ ଇନାମି ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି,୨୭।୯ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲା ପୋଲିସ ନିକଟରେ ୮ ଲକ୍ଷ ଟଙ୍କା ଇନାମି ମାଓବାଦୀର ଆତ୍ମସମର୍ପଣ । ସୂଚନା ଅନୁଯାୟୀ କାଂକେର ଅଞ୍ଚଳରେ ଥିବା ମାଓ ସଙ୍ଗଠନର କମ୍ପାନୀ ନମ୍ବର ୭ର ସଦସ୍ୟ ମହିପାଲ ଅଞ୍ଚଲା ମାଓ ସଙ୍ଗଠନରେ ରହି ବହୁ ବଡ ବଡ ହିଂସାକାଣ୍ଡରେ ଜଡିତ ଥିବାବେଳେ ତା ନାମରେ ସରକାର ୮ ଲକ୍ଷ ଟଙ୍କାର ଇନାମ ଘୋଷଣା କରିଥିଲେ । ତେବେ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶ ହରାଉଥିବା ସହ ଦିଗହରା ହେଉଥିବାରୁ ସେ ସାଧାରଣ ଜୀବନ ଜାପାନ ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତି ନେଇଥିଲା । ଏହାପରେ ମହିପାଲ କାଂକେର ଏସପି ଶଲବ ସିହ୍ନାଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଥିଲା । ତେବେ ପୋଲିସ ପାଇଁ ଏହା ଏକ ବଡ ସଫଳତା ହୋଇଥିବା ବେଳେ ମାଓ ସଙ୍ଗଠନର ଅନେକ ବଡ ରହସ୍ୟ ମହିପାଲ ପୋଲିସ ନିକଟରେ ପ୍ରକାଶ କରିବ ବୋଲି ପୋଲିସ ଆସା ରଖିଛି । ଆତ୍ମସମର୍ପଣ ପରେ ମହିପାଲଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ସିହ୍ନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.