xmas

ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ବୈଠକ

ଫୁଲବାଣୀ, ୨୮/୦୯: ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ଫୁଲବାଣୀ ପକ୍ଷରୁ ରାଇକିଆ ସ୍ଥିତ ସ୍ୱସ୍ତିକ କଲ୍ୟାଣ ମଣ୍ଡପଠାରେ ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକକୁ ସଭାପତି ଡ଼ଃ ଅରୂପ କୁମାର ଜେନା ଉଦଘାଟନ କରିଥିଲେ l ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ଅନ୍ୟତମ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ବିଦ୍ୟାଧର ପାଳ, ସାଧାରଣ ସମ୍ପାଦକ ଅଶୋକ ପରିଡା, ଉପସଭାପତି ରାଇକିଆ ଜୋନ ଅଭିମନ୍ୟୁ ପଣ୍ଡା, ସମ୍ପାଦକ ରାଇକିଆ ଜୋନ ଅଜିତ ନାୟକ ପ୍ରମୁଖ ଯୋଗ ଦେଇ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ମିଳିମିଶି ସଂଘୀୟ ମନୋବୃତି ନେଇ କାର୍ଯ୍ୟ କଲେ ସଙ୍ଘ ସୁଦୃଢ଼ ହେବା ସହ ସାମ୍ବାଦିକଙ୍କ ସୁରକ୍ଷା ହୋଇପାରିବ ବୋଲି କହିଥିଲେ l ସେହିପରି ସଙ୍ଘର ଆୟବ୍ୟୟର ହିସାବ ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ସାଧାରଣ ସମ୍ପାଦକ ଅଶୋକ ପରିଡା ସଙ୍ଘର ବିବରଣୀ ପାଠ କରିବା ସହ ଅଧିକ ରୁ ଅଧିକ ସଦସ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେl ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦଣ୍ଡସେନା, ଅଶୋକ ରାୟ, ସମିରପାଢ଼ୀ, ଜୟ ସେନ ପରିଡା, ପ୍ରକାଶ ନାୟକ, ପ୍ରମୁଖ ସଙ୍ଘକୁ ସୁଦୃଢ଼ କରିବା ସହ ସାମ୍ବାଦିକ ସମସ୍ୟା ଉପରେ ସଙ୍ଘ ଦୃଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ l ରାଇକିଆର ମନୋଜ ଡିଗାଲ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ଫୁଲବାଣୀ, ଜି. ଉଦୟଗିରି, କ. ନୂଆଗାଁ, ବାଲିଗୁଡା, ଫିରିଙ୍ଗିଆ, ଖଜୁରୀପଡା, ଦାରିଙ୍ଗବାଡି, ରାଇକିଆ, ଟିକାବାଲି, ଆଦି ବିଭିନ୍ନ ବ୍ଲକରୁ ପଚାଶରୁ ଉର୍ଧ୍ଵ ସାମ୍ବାଦିକ ଯୋଗ ଦେଇଥିଲେ l ଏହି ଅବସରରେ ସାମ୍ବାଦିକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରବର୍ତୀ ସାଧାରଣ ବୈଠକ ବାଲିଗୁଡା ଓ ତା ପରବର୍ତୀ ବୈଠକ ଫିରିଙ୍ଗିଆରେ ଅନୁଷ୍ଠିତ ହେବ l

Leave A Reply

Your email address will not be published.