xmas

ବଡ଼ପଦର ପଞ୍ଚାୟତରେ ସରପଞ୍ଚ ସଂଘର ମାସିକ ବୈଠକ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ର 18 ଗୋଟି ପଞ୍ଚାୟତର ସରପଞ୍ଚମାନଙ୍କୁ ନେଇ ଏକ ମାସିକ ବୈଠକ ବଡ଼ପଦର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସଭାପତି କମଳୁ ହ୍ୱନ୍ତାଳ ଏଇ ବୈଠକ ଆୟୋଜନ କରିଥିଲେ l ଏହି ବୈଠକରେ ସମସ୍ତ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତ ର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ l ସଭାପତି, ଉପସଭାପତି ଏବଂ ସରପଞ୍ଚମାନେ ମିଳି ମିଶି ଆଗକୁ ଏହି ସମସ୍ୟା ସମାଧାନ କରିବା ପାଇ ସ୍ଥିର କଲେ l ଏହି ବୈଠକରେ ସଭାପତି କମଳୁ ହ୍ୱନ୍ତାଳ, ଉପସଭାପତି ତ୍ରିନାଥ କିର୍ଶନୀ, ବଡ଼ପଦର ସରପଞ୍ଚ ସପନା ଖିଲ, ବଡପଡା ସରପଞ୍ଚ ନିଲୁ ପାଙ୍ଗି, ଧୂଳିପୁଟ ସରପଞ୍ଚ ଶୁକଦେବ ବୁରୁଡି, ପେପେରମେଟଳା ନରସିଂହ ସିଂଦରୀ, ଜାଡାମ୍ବ ସରପଞ୍ଚ ପିଙ୍କି ହ୍ୱନ୍ତାଳ ଡୋରାଗୁଡା ସରପଞ୍ଚ ଭାଗବତୀ ନାୟକ, ନୂଆଗୁଡା ସରପଞ୍ଚ ଶଶୀ ଖିଲ, କପାତୁଟି ସରପଞ୍ଚ ଶୁକ୍ରୀ ହ୍ୱନ୍ତାଳ, କୂର୍ମନୁର ସରପଞ୍ଚ ସନ୍ୟା ଗୋଲାରୀ, ପୋପଲୁର ସରପଞ୍ଚ ନରସିଂ ନାୟକ, ଅନ୍ଦ୍ରାପଲ୍ଲୀ ସରପଞ୍ଚ ପରିମା ଶିସା, ଯନ୍ତ୍ରୀ ସରପଞ୍ଚ ଦାନାଇଁ ଗୋଲାରୀ ସବୁ ଉପସ୍ଥିତ ଥିଲେ l ଏହି ବୈଠକରେ ସମସ୍ତ ପଞ୍ଚାୟତମାନଙ୍କର ସମସ୍ୟା ସମାଧାନ କରିବା ପାଇ ସଭାପତି କମଳୁ ହ୍ୱନ୍ତାଳ ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.