xmas

ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମର ପୂଣ୍ୟ ଜଳ ଓ ମାଟି ସଂଗ୍ରହ କରି ଭୁବନେଶ୍ୱର ପଠାଗଲା

ମାଲକାନଗିରି,୨୯/୯ ରାଜ୍ୟସ୍ତରୀୟ ଗାନ୍ଦୀ ଜୟନ୍ତୀ ଉପଲକ୍ଷେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମ ପୀଠରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇ ପଠାଯାଇଛି।ଜିଲ୍ଲାର ମାଥିଲି ବ୍ଲକର ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତୀ ପୀଠରୁ ପବିତ୍ର ମାଟି ଓ ସପ୍ତଧାରା ନଦୀରୁ ପୂଣ୍ୟ ଜଳ ସହ ମାଲକାନଗିରି ବ୍ଲକର ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମ ବୀରଲକ୍ଷ୍ମଣପୁର ଗ୍ରାମରୁ ପବିତ୍ର ମାଟି ଓ ତମସା ନଦୀରୁ ପୂଣ୍ୟ ଜଳ ସଂଗ୍ରହ କରାଯିବା ସହ କାଲିମେଳା ବ୍ଲକର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ଜନ୍ମ ପୀଠରୁ ପବିତ୍ର ମାଠି ଓ ମୁଗି ପଏଣ୍ଟରୁ ପୂଣ୍ୟ ଜଳ ସଂଗ୍ରହ କରାଯାଇ ଭୁବନେଶ୍ବରକୁ ପଠାଯାଇଛି।ତେବେ ଏଥିପାଇଁ ଏକ ସ୍ବତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା କରାଯାଇଛି।ଏହି ପବିତ୍ର ଜଳ ଓ ମାଟିକୁ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି।ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ନେତୃତ୍ବରେ ମାଲକାନଗିରି,ମାଥିଲି,କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ଏହି ପବିତ୍ର ଜଳ ଓ ମାଟିକୁ ସଂଗ୍ରହ କରାଯାଇଥିଲା।

Leave A Reply

Your email address will not be published.