ନନ୍ଦନକାନନ ଭେଟନାରୀରେ ବାଘଛୁଆ ମୃତ

ନନ୍ଦନକାନନରେ ଧଳା ବାଘୁଣି ରୁପାର, ଆଉ ଏକ ମାଈ ଛୁଆ ଆଜି ଆଖି ବୁଜିଛି । ମୃତ ଛୁଆ ଟି ଜନ୍ମ ହେବା ଦିନ ରୁ, ତାକୁ ନିଜ ମାଠାରୁ ଅଲଗା ରଖାଯାଇ ଥିଲା । କତ୍ତୃପକ୍ଷ ଏହାକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ । ମୃତ ବାଘ ଛୁଆଟି ଗତ କାଲି ଠାରୁ ଅସୁସ୍ଥ ଥିଲା । ପଶୁ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ ।

ମୃତ ବାଘ ଶାବକଟି ଜନ୍ମ ହେବା ଦିନ ଠାରୁ ବାରମ୍ବାର ଅସୁସ୍ଥ ହେଉ ଥିଲା । ତେବେ କେଉଁ କାରଣରୁ ବାଘ ଶାବକଟି ମୃତ ବରଣ କରିଛି । ସେନେଇ ନନ୍ଦନକାନନ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ମୃତ ବାଘ ଶାବକର ଶବ ବ୍ୟବଛେଦ କରାଯିବା ପରେ, ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଧଳା ବାଘୁଣି ରୁପା ତିନୋଟି ଛୁଆ ଜନ୍ମ ଦେଇଥିଲା ।

ଏହା ରୁପାର ପ୍ରଥମ ଗର୍ଭ ହୋଇ ଥିବାରୁ ସେ ନିଜ ଛୁଆ ମାନଙ୍କର ଯତ୍ନ ଠିକରେ ନେଇ ପାରିନଥିଲା । ଏଥିପାଇଁ ତିନି ଛୁଆଙ୍କୁ ମା ଠାରୁ ଅଲଗା କରି, କର୍ତ୍ତୃପକ୍ଷ ନିଜ ହେପାଜତରେ ପାଳନ କରୁଥିଲେ । ଗତ ମାର୍ଚ୍ଚ ମାସ ୨୧ ତାରିଖରେ ତିନୋଟି ଛୁଆଙ୍କ ମଧ୍ୟ ରୁ ଗୋଟିଏ ଧଳା ଅଣ୍ଡିରା ଛୁଆ ମୃତୁ ବରଣ କରିଥିଲା ।

ବଂଚି ରହିଥିବା ଦୁଇ ଛୁଆଙ୍କ ମଧ୍ୟରୁ ଆଜି ଆଉ ଏକ ଲାଲି ରଙ୍ଗର ମାଈଛୁଆ ମୃତ୍ୟୁବରଣ କରିଛି । ବାଘ ଛୁଆ ମୃତ ପରେ ନନ୍ଦନକାନନରେ ଏବେ ବାଘ ମାନଙ୍କ ସଂଖ୍ୟା ୨୬କୁ ହ୍ରାସ ପାଇଛି । ଗତ ୧୨ତାରିଖରେ ନନ୍ଦନକାନନରେ ଗୋଟିଏ ଏକ ବର୍ଷିୟ ଅଣ୍ଡିରା ବାଘ ମୃତ୍ୟୁବରଣ କରିବା ପରେ ଆଜି ଆଉ ଏକ ବାଘ ଛୁଆ ପ୍ରାଣ ହରାଇବା ଘଟଣା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି ।

Leave A Reply

Your email address will not be published.