xmas

ବାଇକକୁ ପଛରୁ ପିଟିଲା ବୋଲେରୋ ପିକଅପ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାର ସାସିପଦର ଗାଁ ନିକଟରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି I ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ମାସରୀପଡା ଗାଁର ଉଦୟ ମଲ୍ଲିକ (୨୧)ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ସେହି ଗାଁର ଜ୍ୟୋତିରଞ୍ଜନ ମଲ୍କିକ (୨୧) ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତ ଯୁବକ ଓ ଆହତ ଯୁବକ ଏକ ବାଇକରେ ଫିରିଙ୍ଗିଆରୁ କାମ ସାରି ନିଜ ଗାଁ ମାସରୀପଡାକୁ ଫେରୁଥିବା ସମୟରେ ବାଇକକୁ ପଛପଟୁ ଏକ ମାଲବାହି ବୋଲେରୋ ଗାଡି ଧକା ଦେଇ ଫେରାର ହୋଇ ଯିବା ଫଳରେ ଘଟଣାସ୍ଥଳରେ ବାଇକରେ ବସିଥିବା ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯାଇଥିବା ବେଳେ ମେଡିକାଲ ପହଞ୍ଚିବା ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଥିବା ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୁଭକାନ୍ତ ଦେବତା ସୂଚନା ଦେଇଥିବା ବେଳେ ଗୁରୁତର ଆହତ ଯୁବକଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି I ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା ଗାଡିଟି ଏକ ମାଳବାହି ବୋଲେରୋ ପିକଅପ ବୋଲି ଜଣା ପଡ଼ିଥିବା ବେଳେ ଗାଡିର ନମ୍ବର ଓଡି05ଏଚ 3593 ଥିବା ଜଣାପଡିଛି I ତେବେ ଘଟଣା ପରେ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏକ ଏତଲା ସିଆଯାଇଛି I ଏତଲାକୁ ଆଧାର କରି ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦେଶ କ୍ରମେ ଥାନାରେ ବରିଷ୍ଠ ପୋଲିସ ଅଧିକାରୀ ପ୍ରଦୀପ କୁମାର ରାଉଳ ମେଡିକଲ ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା କଥା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି l

Leave A Reply

Your email address will not be published.