ବିଜୁ ଯୁବ ଛାତ୍ର ଜନତା ଦଳର ଅଭିନବ ପ୍ରୟାସ; ଅଳିଆ ଆବର୍ଜନା ସଫା କରି ସୃଷ୍ଟି କଲେ ଉଦାହରଣ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସମସ୍ତ ବିଧାୟକଗଣ, ସାଂସଦଗଣ, ବରିଷ୍ଠ ନେତୃବୃନ୍ଦ, ଏବଂ ଛାମୁଆଁ ସଂଗଠନ ସମସ୍ତ କର୍ମକର୍ତ୍ତାକୁ ନେଇ ବରମୁଣ୍ଡା ଠାରେ ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜନସମାଗମ ଦ୍ବାରା ବରମୁଣ୍ଡା ପଡ଼ିଆ ରେ ଅଳିଆ ଆବର୍ଜନା ଯଥା ପ୍ଲାଷ୍ଟିକ ବୋତଲ, ଜରି, କାଗଜ ଭଳି ଅନ୍ୟାନ୍ୟ ଅଳିଆ ଆବର୍ଜନା ପଡ଼ିଥିଲା। ଏହି ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଯୁବ ଛାତ୍ର ଜନତା ଦଳର ଶତାଧିକ କର୍ମକର୍ତ୍ତାମାନେ ସ୍ବେଛାକୃତ ଭାବେ ପଡ଼ିଆ ଏବଂ ରାଜରାସ୍ତାରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ। ଏହି ଅବସରରେ ଶ୍ରୀ ଦାସ କହିଥିଲେ କି “ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ ହେଉଛି ସାମାଜିକ ପ୍ରତିବଦ୍ଧତା ଏବଂ ତାଙ୍କରି ନେତୃତ୍ୱରେ ସମଗ୍ର ଦେଶରେ ଏକମାତ୍ର ଦଳ ଭାବେ, ବିଜୁ ଜନତା ଦଳ ଆଜି ସାମୁହିକ ଆନ୍ଦୋଳନ ରେ ପରିଣତ ହୋଇଯାଇଛି”। ସ୍ବଛତାର ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତ୍ୟେକ ଯୁବ-ଛାତ୍ର କର୍ମକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ।ଏହି ସ୍ବଛତାର କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ମାନ୍ୟବର ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ, ମାନ୍ୟବର ବିଧାୟକ ଶ୍ରୀ ସଞ୍ଜିବ୍ କୁମାର ମଲ୍ଲିକ ,ମାନ୍ୟବର ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ସମସ୍ତ ସଂପାଦକ, ଯୁଗ୍ମ ସଂପାଦକଗଣ ସଫେଇ କରିବା ସହ ସମସ୍ତ ଯୁବ ଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଓଡ଼ିଶା ମୋ ପରିବାରର ସମସ୍ତ ସଦସ୍ୟଙ୍କ ସମେତ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.