ବାଉଁଶୁଣିରେ କଡ଼ାକଡି ହେଲା ପେଟ୍ରୋଲିଂ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ଦୀର୍ଘ ଦିନ ହେଲା ପେଟ୍ରୋଲିଂ ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ। ସଂଧ୍ୟା ସମୟରେ ଖେଳ ପଡିଆ ହଉ ଅବା ରାସ୍ତା କଡରେ ମଦୁଆଙ୍କ ଆଡ୍ଡା ଜମିବା ସହ ମଦ ବୋତଲ ଭାଙ୍ଗି ଏଣେ ତେଣେ ଫୋପାଡିଥାନ୍ତି। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ସସ୍ମିତା ମଗରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସି। ଥାନା ଅଧିକାରୀ ତତ୍ପରତା ସହ ପ୍ରତ୍ୟେକ ଦିନ ପଡିଆରେ ପେଟ୍ରୋଲିଂ କରି ମଦୁଆଙ୍କୁ ସାବାଡ କରିବାରେ ଲାଗିଛନ୍ତି। ଏହା ସହ ଜାତୀୟ ରାଜପଥ ୫୭ ର ରାସ୍ତା ଉପରେ ଏଣେତେଣେ ଗାଡି ରଖୁଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.