କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ, ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ

ଫୁଲବାଣୀ, ୦୧/୧୦: ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଉଦଯାପିତ ହୋଇଛି l ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତୀଥି ଶ୍ରୀ ସାହୁ ସାମ୍ବାଦିକ ମାନେ ତଥ୍ୟ ଉପରେ ଆଧାରିତ ସଠିକ ଖବର ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲା ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ରାଜ୍ୟର ଜଣାଶୁଣା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ଯୋଗ ଦେଇ ସାମ୍ବାଦିକଙ୍କ କର୍ତବ୍ୟ, ମୂଲ୍ୟବୋଧ ଓ କାର୍ଯ୍ୟଶୈଳୀ ଉପରେ ବୁଝାଇଥିଲେ l ସେହିପରି ସାମ୍ବାଦିକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ମୁଖ୍ୟବକ୍ତା ରଥ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ ପଟନାୟକ, ସାମ୍ବାଦିକ ରାଧାମୋହନ ମହାପାତ୍ର, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଫୋରମ ପକ୍ଷରୁ ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ସ୍ବେଛାସେବୀ ସଂଗଠନ ବାନାବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଫୋରମର ସମସ୍ତ ସଦସ୍ୟ, ଉପଦେଷ୍ଟା ଓ କିଛି ବରିଷ୍ଠ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଏହି ଅବସରରେ ଫୋରମ ପକ୍ଷରୁ ଏକ ମୁଖପତ୍ର ସ୍ରୋତ ସ୍ବିନୀ ସାଲୁକିକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଉନ୍ମୋଚନ କରିଥିଲେ l ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଓ ବ୍ରଜବିହାରୀ ନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ସୂର୍ଯ୍ୟ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l

Leave A Reply

Your email address will not be published.