ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ ପରଲୋକ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ନଗର ନିବାସୀ ତଥା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଜାନକୀକାନ୍ତ ପତିଙ୍କ ପରଲୋକ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗରେ ଇଞ୍ଜିନିୟିର୍ ଭାବେ କାର୍ଯ୍ୟ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅତି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରି ମୁଖ୍ୟଯନ୍ତ୍ରୀ ଭାବେ ଅବସର ନେଇଥିଲେ । ସେ ଜଣେ ଅମାୟିକ ଭଦ୍ର ବ୍ୟକ୍ତିତ୍ଵର ଅଧିକାରୀ ଥିଲେ । ବୀର ସୁରେନ୍ଦ୍ର ସାଏ ନଗର ଦୁର୍ଗା ପୂଜା କମିଟିର ପୃଷ୍ଠପୋଷକ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଝିଅ ,ଜ୍ୱାଇଁ, ନାତି, ନାତୁଣୀ ଉପସ୍ଥିତ ଥିଲେ । ସ୍ଥାନୀୟ ସତ୍ୟନଗର ଶ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ନାତି ଡାକ୍ତର ଅଶ୍ୱନୀ କୁମାର ସ୍ୱାଇଁ ଓ ନାତି ଆଶୁତୋଷ ମିଶ୍ର ମୁଖାଗ୍ନି ଦେଇଥିଲେ । ବୀର ସୁରେନ୍ଦ୍ର ସାଏ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.