ନୂଆ ପୋଷାକ ପାଇଁ ବାପା ଟଙ୍କା ନ ଦେବାରୁ ଯୁକ୍ତଦୁଇ ଛାତ୍ର କରିଛି ଆତ୍ମହତ୍ୟା

କାଲିମେଳା:ତା ୪/୧୦ ବାପା ପୋଷାକ ପାଇଁ ଅର୍ଥ ଦେଇ ନ ପାରିବାରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ବେକରେ ଗାମୁଛା ଲଗାଇ କଲେ ଆତ୍ମହତ୍ୟା l ଏହି ପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍ଗୁରୁ କୋଣ୍ଡା ପଞ୍ଚାୟତ ଏମପିଭି ୩୪ ଗ୍ରାମରେ ମୃତ ଛାତ୍ର ଜଣଙ୍କ ହେଲେ ଦେବ୍ରତ ବିଶ୍ୱାସଙ୍କ ୧୭ ବର୍ଷୀୟ ପୁତ୍ର ସାଗର ବିଶ୍ୱାସ (ରାଜା) ସମ୍ପର୍କୀୟ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଜଣା ଯାଇଛି ଦେବ୍ରତ ବିଶ୍ୱାସଙ୍କ ତିନି ପୁତ୍ର ସେ ଚାଷ କାର୍ଯ୍ୟ କରି ବଡ଼ କଷ୍ଟରେ ପରିବାର ପୋଷଣ କରନ୍ତି ତିନି ପୁତ୍ରଙ୍କ ମଧ୍ୟ୍ୟରୁ ସାଗର ତାଙ୍କର ବଡ଼ ପୁତ୍ର ଥିଲା ସେ କାଲିମେଳା କଲେଜରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷ ଛାତ୍ର ଭାବରେ ପଢୁଥିଲେ l ତାଙ୍କର ଆଉ ଦୁଇ ଭାଇଙ୍କ ମଧ୍ୟ୍ୟରେ ରାଜେଶ ନବମ ଶ୍ରେଣୀରେ ପଢୁଥିଲା ବେଳେ ସାନ ଭାଇ ଅନିମେଷ ଅଷ୍ଟମରେ ପଢୁଛନ୍ତି l ବାପା ଦେବ୍ରତ ମା ମେନକା ଚାଷ କାର୍ଯ୍ୟ କରି ବୋହୁ କଷ୍ଟରେ ତିନି ପୁତ୍ରକୁ ଭଲ ମଣିଷ କରିବା ପାଇଁ ପଢ଼ାଉଥିଲେ l ଆଶା ରଖିଥିଲେ ପୁତ୍ର ତିନିଜଣ ପାଠ ପଢି ନିଜ ଗୋଡ଼ରେ ଛିଡା ହେଲେ ତାଙ୍କର ଦୁଃଖ ସବୁଦିନ ପାଇଁ ଚାଲି ଯିବ l କିନ୍ତୁ ବଡ଼ ପୁଅ ଦଶହରା ପୋଷାକ କିଣିବାକୁ ଟଙ୍କା ମାଗିଥିଲା ବାପା ପାଖରେ ନଥିବାରୁ ବାପା କହିଥିଲେ ମୋପାଖରେ ନାହିଁ ଆସନ୍ତା କାଲି ଦେବି l ଏତିକି କଥାରେ ପୁଅ କିଛି ନ କହି ଘରୁ ଚାଲି ଯାଇଥିଲେ ଏମଭି ୭୩ ଗ୍ରାମରେ ପିଲାମାନେ କ୍ରିକେଟ ମ୍ୟାଚ ଖେଳୁଥିଲେ l ସେଠାରେ ଯାଇ ଖେଳ ଦେଖି ଅପରାହ୍ନ ସମୟରେ ଘରକୁ ଫେରିଥିଲେ ଘରୁ ଏକ ଗାମୁଛା ନେଇ ନିଜ ଜମି ଆଡକୁ ଯାଇଥିଲେ l ଘର ଠାରୁ ତିନିଶହ ମିଟର ଦୂର ଏକ ମହୁଲ ଗଛରେ ସାଙ୍ଗରେ ନେଇଥିବା ଗାମୁଛାକୁ ଚିରି ଲମ୍ବା କରି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି l ପୁଅ ଘରକୁ ଫେରି ନଥିବବାରୁ ପରିବାର ଏବଂ ଗ୍ରାମବାସୀ ଖୋଜା ଖୋଜି କରି ପାଇନଥିଲେ l ଆଜି ସକାଳେ ଗ୍ରାମର କିଛି ଲୋକ ଦେଖି ପାରି ପରିବାରବର୍ଗଙ୍କୁ ଖବର ଦେଇଥିଲେ l ବାପା ମା ଘଟଣାସ୍ଥଳେ ପହଞ୍ଚି ପୁଅର ଏପରି ଅବସ୍ଥା ଦେଖି ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି l ଏହାକୁ ନେଇ କାଲିମେଳା ଥାନାରେ ଅବଗତ କରା ଯିବାରୁ ପୋଲିସ ଘଟଣାସ୍ଥଳେ ପହଞ୍ଚି ଶବ ଜବଦ କରି ତଦନ୍ତ ଚଳାଇଛି l ସାଗରଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Leave A Reply

Your email address will not be published.