ମଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଯୁବକକୁ ଉଦ୍ଧାର କଲେ ଦୈନିକ ଆଶା ଖବର କାଗଜର ସାମ୍ବାଦିକ

କାଲିମେଳା ୫/୧୦ ମାଲକାନଗିରି ଠାରୁ କାଲିମେଳା ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଏମ.ପି.ଭି ୬୪/୧୦ ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା l ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଯୁବକ ଜଣଙ୍କ ହେଲେ କାଲିମେଳା ଥାନା ଗୁମୁକା ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି -୧୩ ଗ୍ରାମର ସପନ ରାୟଙ୍କ ପୁତ୍ର ଈଶାନ ରାୟ, ଘଟଣାରୁ ଜଣାଯାଇଛି ଈଶାନ ରାୟ ଗତ ରାତିରେ ଦଶହରା ପୂଜା ଦେଖି ଘରକୁ ଫେରୁଥିଲା ସମୟରେ ଏମ:ପି:ଭି୬୪ /୧୦ ଗ୍ରାମ ନିକଟରେ ଏକ ଟିପର ଗାଡି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଈଶାନ ଘଟଣାସ୍ଥଳେ ଗୁରୁତର ହୋଇଥିଲେ। ତାଙ୍କୁ ଦୈନିକ ଆଶା ଖବରକାଗଜ ଜଣେ ସାମ୍ବାଦିକ ସୁମନ ପାଲ ଓ ତାଙ୍କ ସାଙ୍ଗ ସାଥି ମାନେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଉପସ୍ଥିତ ଥିବା ଡାକ୍ତରମାନେ ତାଙ୍କର ତୁରନ୍ତ ଚିକ୍ଷିତ୍ସା କରିଥିଲେ, ଖବର ପାଇଁ ପରିବାରବର୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ ଈଶାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବାରୁ ତାଙ୍କ ପରିବାରବର୍ଗ ବିଶାଖାପାଟଣା ସ୍ଥାନାନ୍ତର କରି ନେଇଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.