xmas

ଗାମ୍ବିଆରେ ୬୬ ଶିଶୁ ମୃତ୍ୟୁ ପରେ ଭାରତରେ ତିଆରି ୪ କଫ୍ ସିରପକୁ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତରେ ମେଡେନ୍ ଫାର୍ମାଶୁଟିକାଲ ଏଲ୍‌ଟିଡି ଦ୍ୱାରି ନିର୍ମିତ କଫ୍‌ ସିରପକୁ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ। ୪ଟି କଫ୍ ସିରପକୁ ନେଇ ସତର୍କ ସୂଚନା ଦାରି କରାଯାଇଛି। ଗାମ୍ବିଆରେ ୬୬ ଶିଶୁଙ୍କର ମୃତ୍ୟୁର କାରଣ ଏହି କଫ ସିରଫ୍ ହୋଇପାରେ ବୋଲି ହୁ କହିଛି।

ଏନେଇ ହୁ ପକ୍ଷରୁ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ସଚେତନତାରେ କୁହାଯାଇଛି “ ୪ଟି କଫ ସିରଫର ଲାବୋରୋଟରୀ ପରୀକ୍ଷଣରେ ଏହା ଜଣାପଡ଼ିଛି ଯେ ଏଗୁଡ଼ିକରେ ମାତ୍ରାଧିକ ଡାଇଥ୍ଲିନ ଗ୍ଲାଏକୋଲ୍ ଓ ଏଥିଲିନ ଗ୍ଲାଇକୋଲ ବ୍ୟବହାର କରାଯାଇଛି।” ହୁ ଆହୁରି ମଧ୍ୟ କହିଛି ଯେ ଏଭଳି କଫସିରଫ ଗାମ୍ବିଆରେ ଦେଖିବାକୁ ମିଳିଛି।

ଅନ୍ୟ ଦେଶକୁ ଏଗୁଡ଼ିକ ରପ୍ତାନୀ ହୋଇଥିବା ତେଣୁ ସତର୍କ ରହିବାକୁ ହୁ କହିଛି। ତା ସହିତ ଏହି କଫ ସିରଫ ନେଇ ଭାରତର ଔଷଧ ନିୟନ୍ତ୍ରଣ ବିଭାଗ ସହ ମିଶି ହୁ ତଦନ୍ତ କରୁଛି ବୋଲି ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.