xmas

ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବେଜାଙ୍ଗୀବାଡା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ମାଲକାନଗିରି, ୬।୧୦: ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ପ୍ରଥମ କରି କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗୀବାଡା ଗସ୍ତ କଲେ ଅଧକ୍ଷ ଆଡମା ରାବା । ସେଠାକାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ଅନ୍ୟ ମାଁ ମୁତ୍ୟୁଲୁଆମ୍ମାଙ୍କ ପୂଜାର୍ଚ୍ଚନା କରିବା ସହ ଖୁବ ଶୀଘ୍ର ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ଲାଗି ଅଞ୍ଚଳବାସୀଙ୍କ ସହ ବିଚାରବିମର୍ସ କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଏହା ପରେ ଲୋକଙ୍କ ନିକଟକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ଦ୍ୱାର ଉପସ୍ଥାପନା କରା ଯାଇଥିବା ସମସ୍ୟା ବୁଝି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ଲାଗି ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଥିଲେ । ଉନ୍ନୟନ ପରିଷଦ ବିଭାଗ ପରିସରରେ ଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ପୁଣି ଖୁବ ଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି ମଧ୍ୟ ଶ୍ରୀ ରାବା ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.