xmas

ପ୍ରଥମେ ନବଜାତକ ଓ ପ୍ରସବ ପରେ ନାବାଳିକା ମାର ମୃତ୍ୟୁ

ଫୁଲବାଣୀ, ୦୭/୧୦: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରଙ୍ଗାପାରୁ ଆଶ୍ରମ ସ୍କୁଲ ରେ ରହି ପାଠ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ପ୍ରଥମେ ଛୁଆର ମୃତ୍ୟୁ ଓ ଆଜି ନାବାଳିକା ମାର ମୃତ୍ୟୁ ଘଟିଥିବା ଘଟଣା ଜିଲ୍ଲାରେ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି l ସୂଚନାଯୋଗ୍ୟ ଯେ, ହଷ୍ଟେଲ ଛାତ୍ରୀ ଗର୍ଭବତୀ ହେବା ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଗତ ୨୩ରେ ବେଲଘର ଥାନାରେ ଏତଲା ଦେଇଥିଲେ l ଏହାପରେ ଛାତ୍ରୀ ଓ ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରର ଡାକ୍ତରୀ ପରିକ୍ଷା ପରେ ଛାତ୍ରୀକୁ ଜି. ଉଦୟଗିରି ସୁଧାର ଗୃହରେ ରଖାଯାଇଥିଲା l ତେବେ ଗୁରୁବାର ଛାତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜି. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଛାତ୍ରୀ ଏକ ସନ୍ତାନ ପ୍ରସବ କରିଥିଲେ ହେଲେ ପ୍ରଥମେ ନବଜାତକ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମଧ୍ୟ ରାତ୍ରିରେ ମାର ମଧ୍ୟ ମୃତ୍ୟୁ ଘଟିଥିଲା ll ଛାତ୍ରୀ ରଘର ଗୁମା ପଂଚାୟତ ଅନ୍ତର୍ଗତ ସାପେରି ଗ୍ରାମ ବୋଲି ଜଣାପଡିଛି l ଏହି ଘଟଣାକୁ ନେଇ ପ୍ରଶାସନ କୌଣସି ପ୍ରତ୍ରିକ୍ରିୟା ଦେଉନଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରି ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସ୍ୱେଚ୍ଛାସେବୀ l ଏଠାରେ ପ୍ରଶ୍ନ ଉଠୁଛି ଯେ, ହଷ୍ଟେଲ ଦାଇତ୍ୱ ରେ ଥିବା ଶିକ୍ଷୟତ୍ରୀ, ୱାଡେ଼ନ, ଥିବା ସତ୍ୱେ ସେମାନେ ଛାତ୍ରୀ ଗର୍ଭବତୀ ସମ୍ପର୍କରେ ସୁରାକ ପାଇଲେନି କିପରି ? ସେହିପରି ପ୍ରତିମାସରେ ମେଡିକାଲ ଟିମ ସ୍କୁଲ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରୁଛନ୍ତି, ହେଲେ ସେମାନେ ବି ଜାଣିଲେନି କେମିତି ? ନା ଜାଣି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁନଥିଲେ ତ ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ନିଶ୍ଚୟ l

Leave A Reply

Your email address will not be published.