xmas

ଓଲ୍ଡ ଏଲ୍ଆଇସି କଲୋନୀ ଅଞ୍ଚଳରୁ ସାତ ଫୁଟର ଅଜଗର ଉଦ୍ଧାର

ଫୁଲବାଣୀ, ୦୭/୧୦: ଗୁରୁବାର ବିଳମ୍ବିତ ରାତିରେ ଫୁଲବାଣୀର ଓ଼ଲ୍ଡ ଏଲଆଇସି କଲୋନୀ ଅଞ୍ଚଳରେ ଏକ ଅଜଗର ସାପ ଥିବା ନେଇ ସ୍ଥାନୀୟ ଲୋକ ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ, ରବୀନ୍ଦ୍ର ମହାରଣା, ସନ୍ତୋଷ କୁମାର ବାରିକ, ସାଇରାମ ପାତ୍ର ଏବଂ ଅନୁପ ବିକ୍ରମ ପାତ୍ର ଠିକଣା ସ୍ଥାନରେ ପହଞ୍ଚିଥିଲେ। ସେଠାରୁ ପ୍ରାୟ ସାତ ଫୁଟ ଲମ୍ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ସହରଠୁ ଦୂର ଜଙ୍ଗଲରେ ଛାଡ଼ିଥିଲେ। ଟିମ୍ ହ୍ୟୁମାନିଟି କନ୍ଧମାଳର ଏହିଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ବିଭାଗ ପ୍ରଶଂସା କରିଛି । ଗତ ଦୁଇ ମାସରେ ଟିମ ହ୍ୟୁମାନୀଟି ପକ୍ଷରୁ ବିଭିନ୍ନ ପ୍ରଜାତିର ପ୍ରାୟ ତିରିଶରୁ ଉର୍ଦ୍ଧ ବିଷଧର ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି l

Leave A Reply

Your email address will not be published.