xmas

ଆଧାର କାର୍ଡରେ କେତେ ଥର ବଦଳାଇ ପାରିବେ ଆପଣଙ୍କ ନାମ ଓ ଠିକଣା, ଜାଣନ୍ତୁ ପ୍ରତିଥର ଦେବାକୁ ପଡିବ କେତେ ଟଙ୍କା

ଆଜିର ସମୟରେ ବିନା ଆଧାର କାର୍ଡରେ କୌଣସି ବି ଆର୍ଥିକ କାରବାର କରିବା ଅସମ୍ଭବ । ଏହା ଏବେ ଆମ ପରିଚୟପତ୍ରର ଏକ ପ୍ରମୁଖ ପ୍ରମାଣ ବୋଲି ଗଣନା କରାଯାଉଛି । ବ୍ୟାଙ୍କରେ ଖାତା ଖୋଲିବା ହେଉ କି ସରକାରୀ ଯୋଜନାରେ ଅର୍ଥ ପ୍ରାପ୍ତ କରିବା ହେଉ ପ୍ରତି କାମ ପାଇଁ ଆଧାର କାର୍ଡ ଅତ୍ୟନ୍ତ ଜରୁରୀ । ଏହି କାରଣରୁ ଆପଣଙ୍କ ପାଖରେ ଆଧାର କାର୍ଡ ରହିବ ସହ ଏଥିରେ ଆପଣଙ୍କ ନାମ ଓ ଠିକଣା ଠିକ୍ ଭାବେ ଲେଖା ହୋଇଥିବା ନିହାତି ଜରୁରୀ ।

ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତୃଟି ରହିଛି ବା ଆପଣ କୌଣସି ଅପଡେଟ୍ କରିବାକୁ ଚାହୁଁଛନ୍ତି ତେବେ ଏହା ଅତ୍ୟନ୍ତ ସହଜ । ହେଲେ ଏଥିପାଇଁ ମଧ୍ୟ ଗୋଟିଏ ଲିମିଟ ରହିଛି । ତେଣୁ ଆପଣ ବାରମ୍ବାର ଆଧାରକାର୍ଡକୁ ଅପଡେଟ୍ କରିପାରିବେ ନାହିଁ ।

ଦେଶରେ ପ୍ରତି ନାଗରିକଙ୍କୁ ସରକାରଙ୍କ ତରଫରୁ ମାତ୍ର ଗୋଟିଏ ଥର ଆଧାର ନମ୍ବର ମିଳିଥାଏ । ଏଥିରେ ଥିବା ୧୨ ଅଙ୍କ ବିଶିଷ୍ଠ ନମ୍ବର ଆପଣଙ୍କ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥାଏ । ଏଥିରେ ଆପଣଙ୍କ ନାମ, ଆପଣଙ୍କ ମାତା ଓ ପିତାଙ୍କ ନାମ , ବୟସ ଭଳି ସମସ୍ତ ତଥ୍ୟ ଥାଏ । ଯଦି ଆଧାର କାର୍ଡରେ ଥିବା ତଥ୍ୟରେ କୌଣସି ଭୁଲ ରହିଥାଏ ତେବେ ଆପଣ ଏହାକୁ ସହଜରେ ଅପଡେଟ୍ କରିପାରିବେ । ହେଲେ ଏନେଇ ୟୁଏଡିଏଆଇ ତରଫରୁ ଏକ ନିର୍ଦ୍ଦିଷ୍ଠ ସୀମା କରାଯାଇଛି ।

ୟୁଏଡିଏଆଇର ମୁତାବକ କୌଣସି ଆଧାରକାର୍ଡ ଧାରକ ତାଙ୍କ ଜୀବନକାଳ ମଧ୍ୟରେ ମାତ୍ର ୨ ଥର ଠିକଣା ବଦଳାଇ ପାରିବେ । ଏହାସହ ଯଦି ଆପଣ ନିଜର ଜନ୍ମ ତାରିଖ ବଦଳାଇବାକୁ ଚାହୁଁଛନ୍ତି ତେବେ ସର୍ବାଧିକ ଗୋଟିଏ ଥର ଆପଣଙ୍କ ଜନ୍ମ ତାରିଖ ବଦଳାଯାଇ ପାରିବ । ସେହିଭଳି ଆଧାର ଡାଟାରେ ଆପଣ ବାରମ୍ବାର ଆପଣଙ୍କ ନାମ ସଂଶୋଧନ କରିପାରିବେ ନାହିଁ । ଏହାସହ ଆପଣଙ୍କ ଲିଙ୍ଗ ପରିବର୍ତ୍ତନ ମାତ୍ର ଥରୁଟିଏ କରିପାରିବେ ।

Leave A Reply

Your email address will not be published.