xmas

ଜି. ଉଦୟଗିରି ସହର ବିଭିନ୍ନ ୱାର୍ଡ ଲୋକଙ୍କ ସମସ୍ୟା ପଚାରିବୁଝିଲେ ପୋୖରାଧ୍ୟକ୍ଷା

ଫୁଲବାଣୀ, ୦୯/୧୦: ଗତ କିଛି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜି. ଉଦୟଗିରି ସହର ବେହାଲ ହୋଇପଡିଛି l ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ କେତେକ ୱାର୍ଡ ବାସିନ୍ଦା l ଖବର ପାଇ ଜି. ଉଦୟଗିରି ଏନଏସି ଅଧକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ l ଲୋକେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ରଙ୍କୁ ଜଣାଇଥିଲେ l ସେହିପରି ଡ୍ରେନ ସମସ୍ୟା ଥିବା ଅଞ୍ଚଳରେ ଡ୍ରେନ ମରାମତି କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରିବାnଲାଗି ପ୍ରତିଶ୍ରୁତି ଦେଇଥିଲେ ପୋୖରାଧ୍ୟକ୍ଷା ଭାନୁ ପ୍ରଭା l ସହରବାସୀ ଯେପରି ସୁଖ ସୁବିଧାରେ ରହିବେ ସେଥି ପ୍ରତି ସେ ସର୍ବଦା ଧ୍ୟାନ ଦେଉଥିବା କହିଥିଲେ l ପୋୖରାଧ୍ୟାକ୍ଷା ଶ୍ରୀମତୀ ମିଶ୍ରଙ୍କୁ ପାଖରେ ପାଇ ଦୁଃଖ ଜଣାଇଥିବାରୁ ସେମାନଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ଲୋକେ l କେବଳ ସେତିକି ନୁହେଁ ଅସହାୟ, ଵାସ ହୀନ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଛନ୍ତି କି ନାହିଁ, ସରକାରଙ୍କ ଟଙ୍କିକିଆ ଚାଉଳ ମିଳୁଛି କି ନାହିଁ ସେ ନେଇ ମଧ୍ୟ ଏନଏସି ଅଧକ୍ଷା ଶ୍ରୀମତୀ ମିଶ୍ର ପ୍ରତିଦିନ ବିଭିନ୍ନ ୱାର୍ଡ ଗ୍ରସ୍ତରେ ଯାଇ ଲୋକଙ୍କୁ ପଚାରି ବୁଝୁଥିବା ଦେଖାଯାଇଛି l ସେହିପରି ଜି. ଉଦୟଗିରି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ମଧ୍ୟ ପ୍ରତିଦିନ ଲୋକଙ୍କ ସମସ୍ୟା ଶୁଣି ପଦକ୍ଷେପ ନେଉଥିବାରୁ ଲୋକଙ୍କ ସମସ୍ୟା ଦୂର ହେଇପାରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l ଜି. ଉଦୟଗିରି ସହରକୁ ସରସ ସୁନ୍ଦର ଓ ଆବର୍ଜନା ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ଥିବା ନିର୍ବାହୀ ଅଧିକାରୀ ଷଡ଼ଙ୍ଗୀ କହିଛନ୍ତି l ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ କମ ସମୟ କାର୍ଯ୍ୟକାଳ ମଧ୍ୟରେ ସହରରେ ଡ୍ରେନ ମରାମତି, ଗମନାଗମନର ସୁବ୍ୟବସ୍ଥା, ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥା, ସଫେଇ କାର୍ଯ୍ୟରେ ଢେର ସୁଧାର ଆସିଥିବା ଦେଖାଯାଇଛି l ଫଳରେ ଜି. ଉଦୟଗିରି ପୌର ସଂସ୍ଥା ପ୍ରତି ସହରବାସୀଙ୍କ ଆସ୍ଥା ଦିନକୁଦିନ ବଢ଼ିବାରେ ଲାଗିଛି l କେହି କେହି ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ହେଵତ ଏମିତି ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି l

Leave A Reply

Your email address will not be published.