xmas

ଦାରିଙ୍ଗବାଡି ଭୁସ୍ଫଳନ କ୍ଷତିଗ୍ରସ୍ତ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଭେଟିଲେ ଅତରିକ୍ତ ଜିଲ୍ଲାପାଳ

ଫୁଲବାଣୀ, ୦୯/୧୦: ଶନିବାର ଦାରିଙ୍ଗବାଡି ଭୁସ୍ଫଳନ ଯୋଗୁଁ ପ୍ରଶାସନ ଦ୍ୱାରା ସ୍ଥାନାନ୍ତର ହୋଇଥିବା ପରିବାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ l ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମରେ ଲଗାତାର ଭୁସ୍ଫଳନ ଯୋଗୁଁ ଗ୍ରାମବାସି ଭୟଭୀତ ଅବସ୍ଥାରେ ଥିଲେ l ଭୁସ୍ଫଳନ ଯୋଗୁଁ ଧନ ଜୀବନ ନଷ୍ଟ ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମବାସିଙ୍କୁ ତାମାଙ୍ଗିର ଏକ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ସେମାନେ ଗତ ଚାରି ଦିନ ହେଲା ଅଛନ୍ତି l ତେବେ ବର୍ତମାନ କୁମ୍ଭାରୀପଦର ଗ୍ରାମର ସ୍ଥିତି କଣ ରହିଛି, ସେଠାକୁ ପୁନର୍ବାର ସେମାନଙ୍କୁ ଫେରାଇ ଆଣି ହେବକି ନାହିଁ ନା ଅନ୍ୟତ୍ର ଥଇଥାନ କରାଯିବ ସେ ନେଇ ଅତିରିକ୍ତ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ l ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଓ ଲୋକ ପ୍ରତିନଧି ମଧ୍ୟ ସମ୍ପୃକ୍ତ ଅଂଚଳ ଗସ୍ତ କରିଥିଲେ l ଅତିରିକ୍ତ ଜିଲାପାଳ ସାହୁ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀ, ଲୋକ ପ୍ରତିନିଧି ଓ ଗ୍ରାମବାସିଙ୍କ ସହ ସେମାନଙ୍କ ସମସ୍ୟା ଓ ସ୍ଥାୟୀ ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ l

Leave A Reply

Your email address will not be published.