xmas

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟକ୍ରମ

ଫୁଲବାଣୀ, ୦୯/୧୦: ରବିବାର ଖଜୁରୀପଡା ବ୍ଲକର ଟିଟ୍ରାପଙ୍ଗା ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଭଗବତ ଯୁବ କଳା ପରିଷଦ ଟିଟ୍ରାପଙ୍ଗାର ମିଳିତ ଆନୁକୂଲ୍ୟରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରାଏବଂ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ନେତୃତ୍ୱରେ ସ୍ବେଛାସେବୀ ମାନଙ୍କ ମଧ୍ୟରେ ରୀତିମା ବାଘ, କମଳ ଲୋଚନ ଦେହୁରୀ, ଭାଗବତ ଯୁବ କଳା ପରିଷଦର ସଭାପତି ନୀଳକମାଲ କହ୍ନର ସମେତ ଯୁବକ ସଙ୍ଘର ସମସ୍ତ ସଭ୍ୟ ଓ ସଭ୍ୟା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୩୦, ୨୦୨୩ ପର୍ଯ୍ୟନ୍ତ ଚାଲିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର କହିଛନ୍ତି ।

Leave A Reply

Your email address will not be published.