xmas

ବିମାନ ବନ୍ଦର ନିମନ୍ତେ ଭୂମି ପୁଜା ଅନୁଷ୍ଠିତ

ମାଲକାନଗିରି– ଆଜି ମାଲକାନଗିରି ସଦର ବ୍ଲକ ଏମ୍‌.ଭି. ୧୧ ନିକଟରେ ହେବାକୁ ଥିବା ବିମାନ ବନ୍ଦର ନିମନ୍ତେ ଭୂମି ପୁଜା ଅନୁଷ୍ଠିତ ହୋଇ ଯାଇଛିା ଏହି ଭୁମି ପୁଜାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ତେବେ ଏହି ବିମାନ ବନ୍ଦର ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସର୍ଭେ, ସ୍ଥଳ ନିରୁପଣ, ଚିହ୍ନଟ, ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥଇବା ବେଳେ ଉକ୍ତ ସ୍ଥଳରେ ବସବାସ କରୁଥିବା ଜନସାଧାରଣଙ୍କୁ କ୍ଷତିପୂରଣ ବାବଦକୁ ଅନ୍ୟତ୍ର ସ୍ଥଳ, କ୍ଷତିପୁରଣ, ସହ ଘର ନିର୍ମାଣ କରି ଯୋଗାଇ ଦିଆ ଯାଇଛିା ବର୍ତ୍ତମାନ ଏହି ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ଦିଆ ଯାଇଛିା ଆଜିର ଏହି ଭୂମି ପୁଜା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ତହସିଲଦାର ରାଖାଲ ଚନ୍ଦ୍ର ପରିଡା, ସିପିଆଇ ଆବାହକ ବ୍ରଜ ମାଝୀ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରି ପଡିଆମିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲୋ ତେବେ ଜିଲ୍ଲାରେ ଏରୋପ୍ଳେନ ଉଡିବା ଆସା ଖୁବ ଶୀଘ୍ର ପୂରଣ ହେବାକୁ ଥିବା ବେଳେ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ବିମାନ ବନ୍ଦର ନିମନ୍ତେ ଭୂମି ପୂଜା, ଦୁଇବର୍ଷ ମଧ୍ୟରେ କାର୍ଯ୍ୟ କ୍ଷମ ହେବ ବିମାନ ବନ୍ଦର ।

Leave A Reply

Your email address will not be published.