ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରଧାନ ଶିକ୍ଷକ ଧ୍ରୁବଚରଣ ନାୟକ, ସିଆରସିସି ରଞ୍ଜିତ ସରକାର ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି କାଲିମେଳା ବଜାର ପରିକ୍ରମା କରିଥିଲେ । ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ଝୋଟି ଇତ୍ୟାଦିର ଆୟୋଜନ କରାଯାଇଥିଲା । ବିଜ୍ଞାନ ହେଉ ବା ବିକାଶ, ପ୍ରତିରକ୍ଷା ହେଉ ବା ପ୍ରତିଦାନ, ଆତ୍ମ ନିର୍ଭରଶୀଳତା ହେଉ ବା ବ୍ୟାପାର, ଜ୍ଞାନ ହେଉ ବା ସମ୍ମାନ, ପ୍ରାୟତଃ ସବୁ ସ୍ଥାନରେ ବାଳିକାମାନେ ପହଞ୍ଚି ପାରିଛନ୍ତି । ଏହାସତ୍ତ୍ୱେ ସମାଜରେ କେତେକ ସ୍ଥାନରେ ବାଳିକା, ଶିଶୁ କନ୍ୟା ମାନେ ଶୋଷଣ, ଅବହେଳା, ଅଧିକାର, ନିର୍ଯ୍ୟାତନା, ଧମକ, ଚାଲାଣ ଆଦିର ସାମ୍ନା ମଧ୍ୟ କରୁଛନ୍ତି । ତେଣୁ ବାଳିକା ଓ ଶିଶୁ କନ୍ୟା ସୁରକ୍ଷା ନିମନ୍ତେ ଅଧିକାର ଓ ଶିକ୍ଷାର ସଚେତନତା ଓ ଆନ୍ତରିକତା ଆବଶ୍ୟକ ବୋଲି ଏଠାରେ ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.