xmas

ସାହିତ୍ୟ ଆସର ବାରଙ୍ଗ, କବି କର୍ମଶାଳାରେ ସମ୍ମାନିତ ହେଲେ ମାଲକାନଗିରିରୁ ଦମ୍ପତ୍ତି

ଚିତ୍ରକୋଣ୍ଡା:(୧୫/୧୦):- ମାଲକାନଗିରି ଭଳି ଏକ ଅନ୍ୟତମ ପଛୁଆ ଜିଲ୍ଲା ଧୀରେ ଧୀରେ ତା’ର ସତ୍ତା ରାଜଧାନୀ ଛାତି ଉପରେ ଜାହିର କରିବାରେ ଲାଗିଛି । ନିକଟ ଅତୀତରେ ଠିକ୍ ଏଭଳି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳ ଚିତ୍ରକୋଣ୍ଡାର ଶିକ୍ଷକ ଦମ୍ପତ୍ତି । ସେମାନେ ହେଉଛନ୍ତି ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ଧର୍ମ ପତ୍ନୀ ସବିତା ତ୍ରିପାଠୀ ଯିଏ ବର୍ତ୍ତମାନ RSC-୧୨ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ କବିତା ଆସର ଖୋର୍ଦ୍ଧା ଜିଲା ସ୍ଥିତ ବାରଙ୍ଗ ( କବି କର୍ମଶାଳା ) ନନ୍ଦନକାନନରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ କବିତା ଗ୍ରନ୍ଥ, ଭକ୍ତି ନୈବେଦ୍ୟ, ଉତ୍କୀର୍ଣ୍ଣ ପୁସ୍ତକ ଉନ୍ମୋଚନ ଭଳି କାର୍ଯ୍ୟକ୍ରମ ରହିଥିଲା ଇତି ଅବସରରେ ଉଭୟ ଦମ୍ପତି ସଫଳ ପ୍ରଧାନ ଶିକ୍ଷକ ଦ୍ୱୟ ଅତିଥି ମାନଙ୍କ ଗହଣରେ ସନ୍ମାନିତ ସହ ପୁରସ୍କୃତ ହୋଇଛନ୍ତି l ଚିତ୍ରକୋଣ୍ଡା ତଥା ବାଲିମେଳା ଅଞ୍ଚଳରେ କବି ତଥା କବୟିତ୍ରୀ ଏବଂ ସାଥି ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରଶଂସା, ଅଭିନନ୍ଦନ ଓ ଖୁସି ଖେଳି ଯାଇଛି l

Leave A Reply

Your email address will not be published.