xmas

ସାଂସଦ ପ୍ରତିନିଧି ତଥା ବିଜେଡ଼ି ନେତା ଟୁନା ଦାସଙ୍କ ବଦାନ୍ୟତା

ରୋଗୀ ସେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେଲେ
ଫୁଲବାଣୀ: ୧୬/୧୦ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ତଥା ଵିଜେଡି ନେତା ଟୁନା ଦାସ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ନିଜସ୍ୱ ଅର୍ଥରେ ଏକ ନୂତନ ଆମ୍ବୁଲାନ୍ସ ଉପଖଣ୍ଡ ଡାକ୍ତରଖାନାକୁ ପ୍ରଦାନ କରିଛନ୍ତି l ଏଥିରେ ଅଞ୍ଚଳର ଗରିବ ରୋଗୀ ମାଗଣା ସେବା ପାଇପାରିବେ l ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଉପରେ ସବ ଡିଭିଜନ ଅନ୍ତର୍ଗତ ବାଲିଗୁଡା, ଦାରିଙ୍ଗବାଡି, କୋଟଗଡ଼, ତୁମୁଡିବନ୍ଧ, କ. ନୂଆଗାଁ ଆଦି ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରନ୍ତି l ସେଠାରେ ସର୍ବଦା ଆମ୍ବୁଲାନ୍ସର ଅଭାବ ଲାଗି ରହିଥିଲା l ବର୍ତମାନ ରୋଗୀମାନେ ମାଗଣାରେ (ନିଃଶୁଳ୍କ ) ଏହି ସେବା ପାଇବେ ଫଳରେ ଟୁନା ଦାସଙ୍କ ଏହି ବଦାନ୍ୟତା ପାଇଁ ତାଙ୍କୁ ସହରବାସୀ କୃତଜ୍ଞତା ଜଣାଇଛନ୍ତି l ଟୁନା ଦାସ କେବଳ ଜଣେ ରାଜନେତା ନୁହନ୍ତି ଜଣେ ସମାଜସେବୀ, ଦକ୍ଷ ସଂଗଠକ, ସ୍ବେଛାକୃତ ରକ୍ତଦାତା ଓ ଜଣେ ଦରଦୀ ମଣିଷଟିଏ ମଧ୍ୟ l ଅଞ୍ଚଳର ବିକାଶ ପାଇଁ ସେ ସର୍ବଦା କାର୍ଯ୍ୟ କରୁଛନ୍ତି ଗରିବ ଲୋକେ ଯେପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ତାହାହିଁ ମୂଳ ଲକ୍ଷ୍ୟ ତାଙ୍କର l ଏଣୁ ତାଙ୍କର ଏହି ମହାନତା ପାଇଁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି l

ରବିବାର ଡାକ୍ତରଖାନା ପରିସରରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନୂତନ ଆମ୍ବୁଲାନ୍ସ ସେବାର ଶୁଭ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲାପାଳ ଦୁଖଃବନ୍ଧୁ ନାୟକ, ପୋଲିସ ଏସ୍ଡ଼ିପିଓ ଜି. ରାଘବେନ୍ଦ୍ର, ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମେଡିକାଲ ଅଫିସରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l
ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ କନ୍ଧମାଳ ସାଂସଦଙ୍କ ଉସଃର୍ଗିକୃତ ସେବା ମନୋଭାବରେ ଅନୁପ୍ରାଣିତ ହୋଇଥିବା ଟୁନା ଦାଶ କହିଛନ୍ତିl

Leave A Reply

Your email address will not be published.