ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡମା ରାବାଙ୍କ ଦାୟିତ୍ଵ ଗ୍ରହଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡମା ରାବା ଆଜି ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତ ।ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ମାଲକାନଗିରି ସଦର ମହକୁମାରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ପଟୁଆର ବାହାରି ଜିଲ୍ଲାର ସମସ୍ତ ବ୍ଲକ୍ ,ପଞ୍ଚାୟତରୁ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧ୍ୟାୟକ ମାନସ ମାଡ଼କାମି , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଜିଲ୍ଲାର ବରିଷ୍ଠ ବିଜେଡ଼ି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ ଏବଂ ସମସ୍ତ ବିଜେଡି ବ୍ଲକ୍ ଅଧ୍ୟକ୍ଷ ,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବହୁ ବିଜେଡି ତୁଙ୍ଗ ନେତା ମାନେ ଉପସ୍ଥିତ ରହିଥିଲେ। ମାଲକାନଗିରି ଜିଲ୍ଲାର ଆଦିବାସୀ, ଜନଜାତିଙ୍କ ସଂସ୍କୃତି, ଇତିହାସ, ପରମ୍ପରାର ବିକାଶ ଓ ଆଦିବାସୀଙ୍କ ଅର୍ଥନୈତିକ ବିକାଶ କିପରି ଅଭିବୃଦ୍ଧି ଘଟିବ ଏବଂ ରାଜ୍ୟ ସରକାର ଙ୍କ ଜନ କଲ୍ୟାଣ ଯୋଜନା କିପରି ପ୍ରଚାର ପ୍ରସାର ସହ ପ୍ରକୃତ ହିତାଧିକାରୀ ମାନେ କିପରି ଲାଭ ଉଠ।ଇପରିବେ ଏଥି ପ୍ରତି ଦୃଷ୍ଟି ଦେବୀ ବୋଲି ଶ୍ରୀ ରାବା ପ୍ରକାଶ କରିଛନ୍ତି। ଏହି ଅବସରରେ ସମ୍ମନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ରାବାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.