ବାଲିଗୁଡାରେ ନୂତନ ଉପଜିଲ୍ଲାପାଳ ଭାବେ ଆଇଏଏସ ମଧୁସ୍ମିତାଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ, ୨୨/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ନୂତନ ଉପଜିଲାପାଳ ଭାବେ ଆଇଏଏସ ମଧୁସ୍ମିତା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ମଧୁସ୍ମିତା ଆଇଏଏସ ତାଲିମ ପାଇବା ପରେ ପ୍ରଥମ ଥର ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି l ଏଥି ପୂର୍ବରୁ ଥିବା ଉପଜିଲାପାଳ ଦୁଖବନ୍ଧୁ ନାୟକଙ୍କ ଅନ୍ୟତ୍ର ବଦଳି ହୋଇଛନ୍ତି l ଦୁଖବନ୍ଧୁ ନାୟକଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି l ଦୁଖବନ୍ଧୁ କମ ଦିନ ଦାୟିତ୍ୱରେ ଥିଲେ ବି ବାଲିଗୁଡା ଭଳି ମାଓ ଅଧୁସିତ ଉପଖଣ୍ଡ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଉନ୍ନୟନମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ ହୋଇଥିଲେ l ସେହିପରି ପଞ୍ଚାୟତ ଓ ପୌର ନିର୍ବାଚନକୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ ଦୁଖବନ୍ଧ l ତାଙ୍କର ବଦଳି ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବିଦାୟ ସମ୍ବର୍ଧନା ଜଣାଇବା ସହ ନୂତନ ଉପଜିଲ୍ଲାପାଳ ମଧୁସ୍ମିତାଙ୍କୁ ଫୁଲ ତୋଡ଼ା ଦେଇ ସ୍ଵାଗତ ଜଣାଇଥିଲେ l

Leave A Reply

Your email address will not be published.