xmas

ରାଜ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଅଦ୍ୟ ତା ୨୩-୧୦-୨୦୨୨ରିଖ ରବିବାର ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବେସରକାରୀ ଅନୁଦାନ ଓ ଅଣଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ (+୨ ଏବଂ+୩) କର୍ମଚାରୀ ସଂଘ, ଓଡ଼ିଶାର ରାଜ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ତାଙ୍କ ଜନ୍ମଦିନରେ ଚୁକ୍ତିଭିତ୍ତିକ ପ୍ରଥା ଉଛେଦକୁ ପ୍ରଶଂସା କରାଯିବ ସହିତ ୦୧-୦୬-୨୦୦୮ ରୁ ୩୦-୧୧-୨୦୧୩ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ପାଇଥିବା ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କୁ ଖୁବ ଶୀଘ୍ର ଅନୁଦାନ ପ୍ରଦାନ କରିବେ ବୋଲି ଉପସ୍ଥିତ ସଦସ୍ୟମାନେ ଆଶାବ୍ୟକ୍ତ କରିଥିଲେ। ଏହି ବୈଠକରେ ମାନ୍ୟବର ଉଚ୍ଚ ଶିକ୍ଷା ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠିଙ୍କ ମହାନତା ଯୋଗୁ ଫାଇଲ ପୋଜିସନରେ ଉନ୍ନତି ଆସିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା । ଆଜିର ବୈଠକରେ ଫାଇଲ ପୋଜିସନ ସମ୍ପର୍କରେ ସଭାପତି ଦୀପକ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ। ଆଜିର ବୈଠକରେ ଡ଼.ଚିତ୍ତରଞ୍ଜନ ମିଶ୍ର, ଡ଼. ଗୋପୀନାଥ ଦାସ, ଶ୍ରୀଯୁକ୍ତ ଦେବଦର୍ଶୀ ପଟନାୟକ, ସୁଭେନ୍ଦୁ କୁମାର ବିଶ୍ୱାଳ, କଳ୍ପନା ଦାସ, ରାଜଶ୍ରୀ ମିଶ୍ର, ରଶ୍ମି କର, ଭୁବନେଶ୍ୱରୀ ସାମଲ, ଗାୟତ୍ରୀ ମହାନ୍ତି, ନଗେନ୍ଦ୍ର ପରିଡା, ରବିନାରାୟଣ ପରିଡା, ସନ୍ଦୀପ କୁମାର ପାଣି, ସୁରେଶ୍ୱରୀ ଯୋଶୀ, ନାରାୟଣ ସାହୁ, ପ୍ରଦୀପ୍ତ କୁମାର ସ୍ୱାଇଁ, ସୁଶାନ୍ତ କୁମାର ଦାଶଙ୍କ ସମେତ ଚାଳିଶରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସଂଘ ସମ୍ପାଦିକା ସ୍ନିଗ୍ଧାଜ୍ୟୋତି ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.