xmas

ଋଷି ସୁନକ ହେବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହାସଲ କଲେ ଶାସନର ଶୀର୍ଷ ପଦବୀ

ବ୍ରିଟେନ୍‌: ବ୍ରିଟେନ୍‌ରେ ସୃଷ୍ଟି ହେଲା ନୂଆ ଇତିହାସ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ‌ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଋଷି ସୁନକ। ସର୍ବାଧିକ ସାଂସଦଙ୍କ ସମର୍ଥନ ହାସଲ କରି ଋଷି ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ଅପରପକ୍ଷେ ପେନି ମୋରଡାଉଣ୍ଟ୍ ବହୁତ ପଛରେ ଥିଲେ। ଫଳରେ ପେନି ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଋଷି ସୁନକ ଆସନ୍ତା ୨୮ ତାରିଖରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବା ପରେ ପୁଣି ଥରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ରିଷି ସୁନକଙ୍କ ସ୍ଥିତି ମଜବୁତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଯିବା ପରେ ଏକ ପ୍ରକାର ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ଋଷି ସୁନକ ବ୍ରିଟେନ୍‌ର ଆଗାମି ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

Leave A Reply

Your email address will not be published.