ଜାଣିରଖନ୍ତୁ ପେଟ୍ରୋଲ ପମ୍ପର ନିୟମ । ପେଟ୍ରୋଲ ପମ୍ପରେ ରହିଛି ଆପଣଙ୍କର କି କି ଅଧିକାର?

ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ଆପଣଙ୍କର କିଛି ସ୍ୱତନ୍ତ୍ର ଅଧିକାର ରହିଛି । ଯାହାକି ଆପଣ ପେଟ୍ରୋଲ, ଡିଜେଲ ପକେଇବା ସମୟରେ ବ୍ୟବହାର କରିପାରିବେ । ଏହି ଅଧିକାର ଗୁଡିକ ଜାଣି ରଖିଲେ, ଆପଣ ଅତି ସହଜରେ ପେଟ୍ରୋଲ ପମ୍ପ ଠକେଇରୁ ରକ୍ଷା ପାଇପାରିବେ । ତେଣୁ ଏହି ଅଧିକାର ଗୁଡିକ କଣ କଣ ତାହା ଥରେ ନଜର ପକେଇ ନିଅନ୍ତୁ…

ଜଣେ ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲର ଗୁଣବତ୍ତା ଯାଞ୍ଚ କରିବା ଆପଣଙ୍କର ଅଧିକାର ଅଟେ ।ପେଟ୍ରୋଲ, ଡିଜେଲର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଆପଣ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଫିଲଟର ପେପର ପାଇଁ କହିପାରିବେ । ଯେଉଁଥିରେ ଆପଣ ପେଟ୍ରୋଲର ଗୁଣବତ୍ତା ଯାଞ୍ଚ କରିପାରିବେ ।
ପେଟ୍ରୋଲ ପମ୍ପରେ ଆପଣଙ୍କୁ ସଠିକ୍ ପରିମାଣର ତେଲ ମିଳୁଛି କି ନାହିଁ, ତାହା ମଧ୍ୟ ଆପଣ ଚେକ୍ କରିପାରିବେ । ସବୁ ପେଟ୍ରୋଲ ପମ୍ପରେ ତେଲର ପରିମାଣର ମାପିବା ପାଇଁ ଏକ ୫ ଲିଟର ଜାର ରହିଛି । ଯେଉଁଥିରେ ଆପଣ ତେଲର ପରିମାଣ ମାପିପାରିବେ । ଏହା ମଧ୍ୟ ଆପଣଙ୍କର ଏକ ଅଧିକାର ଅଟେ ।
ଗାଡିରେ ତେଲ ପକାଇବା ପରେ, ଅନେକ ସମୟରେ ଲୋକମାନେ ବିଲ୍ ମାଗିନଥାନ୍ତି । ହେଲେ ତେଲ ପକାଇବା ପରେ ଆପଣ ଯଦି ବିଲ୍ ମାଗୁଛନ୍ତି, ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ଆପଣଙ୍କୁ ମନା କରିପାରିବେ ନାହିଁ । ତେଲ ପକାଇବା ପରେ ବିଲ୍ ଦେବା ଏକ ସାଧାରଣ କଥା । ହେଲେ ଅନେକ ସମୟରେ ଏହାକୁ ପେଟ୍ରୋଲ ପମ୍ପ କର୍ମଚାରୀ ମାନିନଥାନ୍ତି ।
ସେହିପରି ପେଟ୍ରୋଲ, ଡିଜେଲର ଡେନସିଟି ବାବଦରେ ଜାଣିବା ଆପଣଙ୍କର ଏକ ଅଧିକାର ଅଟେ । ଅଧିକାଂଶ ପେଟ୍ରୋଲ ପମ୍ପର ଭେଣ୍ଡିଂ ମେସିନରେ ଏହା ଲେଖା ହୋଇଥାଏ । ଯାହାକୁ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ।
ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବା ସହିତ କିଛି ସେବା ମଧ୍ୟ ଉପଲବ୍ଧ ଥାଏ । ଯେମିତିକି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ଆପଣ ମାଗଣାରେ ଗାଡିରେ ପ୍ରେସର ଦେଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିନଥାଏ ।

ପେଟ୍ରୋଲ ପମ୍ପରେ ନିଜର ଅଧିକାର ବିଷୟରେ ଜାଣିପାରିଲେ । ଆପଣ ଠକାମିର ଶିକାର ହେବାରୁ ବଂଚିପାରିବେ । ଯାହା ଫଳରେ ଆପଣଙ୍କୁ ସଠିକ୍ ପରିମାଣର ତେଲ ପେଟ୍ରୋଲ ପମ୍ପରୁ ମିଳିପାରିବ । ତେବେ ଜାଣିରଖିବା ଉଚିତ୍ ଯେ, ସବୁବେଳେ ମିଟର ଶୂନ ଥିଲେ, ଗାଡିରେ ତେଲ ପକାନ୍ତୁ । ତେଲ ପକାଇବା ସମୟରେ ଶୂନ ଚେକ୍ କରି ତେଲ ପକାନ୍ତୁ । ଏହାସହ ଯେତେବେଳେ ବି ତେଲ ପକାଉଛନ୍ତି, ସେତେବେଳେ କେତେ ଟଙ୍କାର ତେଲ ପକାଉଛନ୍ତି ତାହା ମିଟରରେ ଫିଡ୍ କରିବାକୁ କୁହନ୍ତୁ । ଯାହାଦ୍ୱାରା ଆପଣ ଠକାମିର ଶିକାର ହେବେନାହିଁ । ତା ସହିତ ଗାଡିରେ ତେଲ ପକାଇବା ସମୟରେ ନୋଜଲକୁ ଟାଙ୍କିରେ ଭର୍ତି କରି ନରଖି, ସାମାନ୍ୟ ବାହାରକୁ ରଖିବାକୁ କୁହନ୍ତୁ । ଯାହାଦ୍ୱାରା ଆପଣ ପେଟ୍ରୋଲ ପମ୍ପରେ ଠକାମିର ଶିକାର ହେବାରୁ ବଞ୍ଚିପାରିବେ ।

Leave A Reply

Your email address will not be published.