xmas

ସପ୍ତମ ସହୀଦ ମେମୋରିଆଲ କ୍ୱାର୍ଟର ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରେସ ଟିମକୁ ପରାସ୍ତ କରି ପାଗଲ ଟାଇଗରସ ବିଜୟୀ

ଫୁଲବାଣୀ, ୨୬/୧୦: ଜିଲ୍ଳା ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ମେମୋରିଆଲ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ପ୍ରେସ- ୧୧ ଓ ପାଗଲ ଟାଇଗର ସହ ଅନୁଷ୍ଠିତ ମ୍ୟାଚରେ ପ୍ରେସ ୧୧କୁ ପରାସ୍ତ କରି ପାଗଲ ଟାଇଗର ବିଜୟୀ ହୋଇଛି l ପ୍ରେସ ଟିମ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ମୋଟ ୧୧୭ ରନ ସଂଗ୍ରହ କରିଥିବାବେଳେ ପାଗଲ ଟାଇଗର ୬.୨ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇଥିଲେ l ପାଗଲ ଟାଇଗରସ ଟିମର ମଣ୍ଟୁ ୨୫ ବଲରେ ୮୨ ରନ କରି ଉତ୍ତମ ଖେଳ ପ୍ରଦର୍ଶନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା l ପାଗଲ ଟାଇଗରସ ସେମିଫାଇନାଲରେ ପହଂଚିଛି l ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ଶିବରାମ ନାୟକ, ଳକ୍ଷ୍ମୀ ନାରାୟଣ ପଟନାୟକ, ସୂର୍ଯ୍ୟ ବେହେରା, କାହ୍ନl ଡିଗଲ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ରହି ଟିମକୁ ଉତ୍ସାହିତ କରିଥିଲେ l ରଞ୍ଜନ ଦାସ ପ୍ରେସ ଟିମର କ୍ୟାପଟେନ ରହିଥିଲେ l

Leave A Reply

Your email address will not be published.