ବରଗଡ଼ ଜିଲ୍ଲାର ଉପାନ୍ତ ବୁଡେନ ପଲ୍ଲୀଶ୍ରୀ ଓ ଦହି ଗାଁ ହାଇସ୍କୁଲ ୫-ଟିରେ ସାମିଲ

ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ କଲେ ଶିଳାନ୍ୟାସ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଉପାନ୍ତ ଅଞ୍ଚଳ ବୁଡେନଠାରେ ପହଞ୍ଚିଥିଲା ୫-ଟି । ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବରଗଡ଼ ଦେବେଶ ଆଚାର୍ଯ୍ୟଙ୍କ ଦ୍ଵାରା ୫-ଟି ସଚିବଙ୍କ ନିର୍ଦ୍ଦେଶରେ ୪୫ ଲକ୍ଷ୍ୟ ଟଙ୍କା ବିନିମୟରେ ହାଇସ୍କୁଲ ରୁପାନ୍ତର କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ଉଦ୍ଘାଟନ ହୋଇଯାଇଛି। ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କାର୍ଯ୍ୟକାରୀ ହେବାକୁ ଯାଉଛି। ଆଜି ବୁଡେନ ପଲ୍ଲୀଶ୍ରୀ ହାଇସ୍କୁଲ ୫-ଟିରେ ସାମିଲ ହୋଇଛି ଫଳରେ ବୁଡେନର ଗ୍ରାମବାସୀ ଏକତ୍ରିତ ହୋଇ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ରାଜବୋଡା ସମ୍ବର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସିଂ ବରିହା, ସ୍କୁଲ ସଭାପତି କସ୍ତୁଭ ପ୍ରଧାନ, ଗାଁର ସମାଜସେବୀ ତଥା ବିଜେଡ଼ି ନେତା ଜୟନ୍ତ ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଅତିଥି ମାନଙ୍କୁ ମୃଦଙ୍ଗର ତାଳେ ତାଳେ ପାଛୋଟି ନେଇ ହାଇସ୍କୁଲରେ ପହଞ୍ଚି ଥିଲେ । ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ସ୍ବାଗତ କରିଥିଲେ। ଉକ୍ତ ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ ପାଇଁ ବରଗଡ଼ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରି ଶିଳାନ୍ୟାସ କରିଥିଲେ। ବହୁ ପୁରାତନ ବୁଡେନ ପଲ୍ଲୀଶ୍ରୀ ହାଇସ୍କୁଲ ଭିତ୍ତିଭୂମି ଅଭାବରୁ ଅବହେଳିତ ହୋଇ ରହିଥିଲା ଗ୍ରାମବାସୀଙ୍କ ବହୁ ପରିଶ୍ରମ ଯୋଗୁଁ ହାଇସ୍କୁଲ ସୁରୁଖୁରୁରେ ଚାଲିଥିଲା ଏବେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ିଥିବାରୁ ହାଇସ୍କୁଲର ଆହୁରି ଉନ୍ନତି ହେବାର ଆଶା କରୁଛନ୍ତି ବୁଡେନବାସୀ । ଏହାସହ ଅନ୍ୟ ଏକ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଦହି ଗାଁରେ ମଧ୍ୟ ପହଞ୍ଚି ଦହି ଗାଁ ହାଇସ୍କୁଲର ମଧ୍ୟ ୫-ଟି କାର୍ଯ୍ୟକ୍ରମର ଶିଳାନ୍ୟାସ କରି ଗ୍ରାମବାସୀଙ୍କ ବୈଠକରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.