ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ, ତାପମାତ୍ରା ଫୁଲବାଣୀରେ ୧୩.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୧୨ ଡିଗ୍ରୀ

ଫୁଲବାଣୀ, ୨୯/୧୦: ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତ ଲହରୀ l ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ଶନିବାର ଫୁଲବାଣୀରେ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗବାଡିରେ ପାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘ ମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁ ଫିଟ ରଖିବା ଲାଗି ଏକ ସରସାଇଜ, ମଣିଙ୍ଗୱାକ କରୁଛନ୍ତି । ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି। ଥଣ୍ଡା ବଢ଼ୁଥିବାରୁ ରାସ୍ତା କଡ଼େ ମେଲିଥିବା ଶୀତବସ୍ତ୍ର କିଣିବା ଲାଗି ଭିଡ଼ ଦେଖିବାକୁ ମିଳୁଛି l

Leave A Reply

Your email address will not be published.