ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୁରକ୍ଷା କର୍ମୀଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଆନ୍ଧ୍ର ଓ ଓଡିଶା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଏହି ସଫଳତା ମିଳିଛି । ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ କୁସୁମପୁଟ ଜଙ୍ଗଲର ସହ କାଲିମେଳା ଅଞ୍ଚଳର କିଛି ଜଙ୍ଗଲରୁ କିଛି ମାଓ ସାମଗ୍ରୀ ଜବତ ହୋଇଛି । ଏହି ଜବତ ସାମଗ୍ରୀ ଗୁଡିକ ମଧ୍ୟରେ ୩୦୩ ରାଇଫଲ ୨ ଟି, ସହ ୭ ଟି ବନ୍ଧୁକ , ଟିଫିନ ଆଇ ଡି ୨ ଟି, ଇଲେକ୍ଟ୍ରି ତାର, ଗୋଟେ ଗ୍ରେନେଡ଼ , ଟ୍ରଚ ଲାଇଟ, ମାଓ ପୋଷାକ ଭଳି ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ତେବେ ବର୍ତମାନ ମଧ୍ୟ ଅନେକ ଅଞ୍ଚଳରେ ଜବାନ ମାନଙ୍କ ତରଫରୁ କୁମ୍ବିଂ ଅପରେସନ କରାଯାଉଛି। ଏବଂ ଯେଉଁ ମାନେ ବର୍ତମାନ ସୁଦ୍ଧା ମାଓବାଦୀଙ୍କୁ ସାହାଯ୍ୟ କରୁଛନ୍ତି ସେମାନେ ମାଓବାଦୀଙ୍କ ହାତ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଆଇ ଜି ଅପରେସନ ଅମିତାଭ ଠାକୁର ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.