ମାଲକାନଗିରି ଗସ୍ତରେ ରାଜ୍ୟ ପୋଲିସର ଏଡିଜି ସଞ୍ଜିବ ପଣ୍ଡା; ମାଓ ମୁକାବିଲା ସହ ଲାଲ୍ ଗଡରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ

ମାଲକାନଗିରି : ମାଲକାନଗିରି ଗସ୍ତରେ ଯାଇଛନ୍ତି ରାଜ୍ୟ ପୋଲିସର ଏଡିଜି ସଞ୍ଜିବ ପଣ୍ଡା । ତାଙ୍କ ସହ ଆଇ.ଜି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇ.ଜି ଡି.କେ. ଶର୍ମା, ଗୁଇନ୍ଦା ଡିଆଇଜି ଅନିରୁଦ୍ଧ ସିଂ, ଡିଆଇଜି କୋରାପୁଟ ରାଜେଶ ପଣ୍ଡିତ ଓ ବିଏସଏଫ ଡିଆଇଜି ଧିରେନ୍ଦ୍ର କୁମାର ଅଛନ୍ତି ।

ଖବର ଅନୁଯାୟୀ, ଶନିବାର ସକାଳେ ରାଜଧାନୀ ଭୁବନେଶ୍ବରରୁ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୋଲିସ ବିଭାଗର ବରିଷ୍ଠ ଅଧିକାରିମାନେ ବାହାରି ମାଲକାନଗିରି ଜିଲ୍ଲାର ଏମ.ଭି-୩ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ।ପ୍ରଥମେ ମାଓ ମୁକାବିଲା ସହ ଲାଲ୍ ଗଡରେ ସୁରକ୍ଷା ବ୍ୟବସ୍ତାକୁ ନେଇ ସମୀକ୍ଷା ବୈଠକ କରିଥିଲେ । ବିଏସଏଫ ଏବଂ ଓଡିଶା ପୋଲିସର ମିଳିତ ଉଦ୍ୟମରେ ମାଲକାନଗିରି ଜିଲ୍ଲାରୁ କିପରି ନକ୍ସଲ ମୂଳପୋଛ ହୋଇପାରିଛି । ସେନେଇ ସଫଳତା ବଖାଣିଥିଲେ ବରିଷ୍ଠ ପୋଲିସ ଅଧିକାରି ।

ଏହା ପରେ ଆନ୍ଧ୍ର ଓଡିଶା ସମାନ୍ତରୁ ପରିଦର୍ଶନ କରିଥିଲେ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଜୋଡାମ୍ବ ଥାନା କୁସୁମପୁଟ ଜଙ୍ଗଲ ଭିତରେ ମାଓବାଦୀ ମାନେ ଅସ୍ତ୍ର ଶସ୍ତ୍ର ଲୁଚାଇ ରଖିଥିବା ନେଇ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ଏସଓଜି ଏବଂ ବିଏସଏଫ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏଥିରେ ୮ଟି ବନ୍ଧୁକ, ଦୁଇଟି ଲ୍ୟାଣ୍ଡମାଇନ, ୨୦ଟି ଡିଟୋନିଟର, ବିସ୍ଫୋରକ ସାମଗ୍ରୀ ଗୋଟିଏ ଲାପ୍‌ଟପ ଓ ପ୍ରିଣ୍ଟର ସହ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା ।

Leave A Reply

Your email address will not be published.