ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଜୋରିମାନା

ଫୁଲବାଣୀ, ୨୯/୧୦: ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ଦୁଇ ବର୍ଷ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି।
ସୁଚନାଯୋଗ୍ୟ ଯେ, ତୃତୀୟ ଶ୍ରେଣୀ ପଢୁଥିବା ନାବାଳିକା ଜଣକ ଗତ ୨୨.୦୯.୨୦୧୮ରିଖ ଦିନ ୨ଟା ବେଳେ ପଡ଼ିଆକୁ ଝାଡ଼ା ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ଚାପି ଧରି ଅପହରଣ କରି ନିକଟସ୍ଥ ଭାଲିଆତୋଟାକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ନାବାଳିକା ଯନ୍ତ୍ରଣାରେ ଚିତ୍କାର କରିବାରୁ ତା ଛାତିକୁ କାମୁଡି, ବେକ ଚିପି ମାରି ସେଠାରେ ପକାଇ ଦେଇଥିଲା। ପ୍ରକାଶ ଥାଉକି ନାବାଳିକା ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମର ଲୋକମାନେ ମିଶି ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରି ନ ପାଇବାରୁ ନାବାଳିକାର ପିତା କୋଟଗଡ଼ ଥାନାରେ ନାବାଳିକା ନିଖୋଜ ରିପୋର୍ଟ ଦେଇଥିଲା ଏବଂ ଥାନାଧିକାରୀ କୋଟଗଡ଼ ଥାନା କେଶ୍ ନମ୍ବର ୪୩/୨୨ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିଲେ। ନାବାଳିକାର ପିତା ଓ ଗ୍ରାମବାସୀ ଖୋଜି ଖୋଜି ନିକଟସ୍ଥ ଭାଲିଆତୋଟାରେ ପହଞ୍ଚି ଦେଖିଲେ ଯେ ଅଭିଯୁକ୍ତ କାଦରେ ସର ସର ହୋଇ ଭାଲିଆତୋଟା ଆଡୁ ଆସୁଥିଲା ଆଉ ପଚାରିବାରୁ ଟ୍ରାକ୍ଟର ଖରାପ ହେବାରୁ ମୁଁ ସେପଟୁ ଆସୁଛି କହି ଦଉଡି କି ପଳାଇଥିଲା l ତାପରେ ନାବାଳିକା ପିତା ଓ ଗ୍ରାମବାସୀ ମାନେ ଅଭିଯୁକ୍ତ ଗଗନ ଆସୁଥିବା ରାସ୍ତା ଦେଇ ଆଗକୁ ଯାଇ ଖୋଜିବାରୁ ନାବାଳିକାର ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ଦେଖି ଥାନାକୁ ଖବର ଦେବାରୁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ l ନାବାଳିକା ଓ ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ପୋଲିସ ଗଗନକୁ ଗିରଫ କରିଥିଲା ଆଜି ଏହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋକସୋ କୋର୍ଟ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ l

Leave A Reply

Your email address will not be published.