xmas

ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡ଼ଙ୍ଗର ମହୋତ୍ସବରେ ଯୁବ ନାଟ୍ୟକାରଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ, ୩୦/୧୦: ରାଜ୍ୟ ରୀୟ କୁଶୁଲା ପୁଞ୍ଜା ଡ଼ଙ୍ଗର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ କନ୍ଧମାଳର ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ସ୍ୱମ୍ବର୍ଦ୍ଧନା l କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁରର ଗୌଡ଼ କର୍ଲାଖୁଣ୍ଟା ଠାରେ ଚାରି ଦିନ ବ୍ୟାପି ଅନୁଷ୍ଠିତ ମହୋତ୍ସବରେ ରାଜ୍ୟରୁ ବହୁ ସଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ l ଏକାଧାରରେ ପ୍ରମୋଦ ଜଣେ ଯୁବ ନାଟ୍ୟକାର ଲୋକ ସଂସ୍କୃତି ଗବେଷକ ଲୋକ କଳା ସଂଗଠକ ଏବଂ ନିର୍ଭୀକ ନିରପେକ୍ଷ ସାମ୍ବାଦିକ ତଥା ବହୁମୁଖି ପ୍ରତିଭାର ଅଧିକାରୀ ପ୍ରମୋଦଙ୍କୁ ଆୟୋଜିତ ମହୋତ୍ସବରେ ମୁଖ୍ୟ ଅତିଥି ପୂର୍ଵତନ ମନ୍ତ୍ରୀ ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଉପଢୌକନ ଏବଂ ମାନପତ୍ର ଦେଇ ସ୍ୱମ୍ବର୍ଦ୍ଧନା କରିଥିଲେ l ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅନନ୍ତ ପାଳ ଏବଂ ବରିଷ୍ଠ ସାମ୍ବାଦିକ ତଥା କବି ହେମନ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Leave A Reply

Your email address will not be published.