xmas

ରାଜ୍ୟ ଅମିନ ସଙ୍ଘ -ନୟାଗଡ଼ ତରଫରୁ ରାଜ୍ୟ ସରକାରଙ୍କୁ ଦାବି ପତ୍ର

ନୟାଗଡ଼: ନୟାଗଡ଼ ଜିଲ୍ଲା ଅମିନ ସଙ୍ଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଅଛି | ଏହି ବୈଠକରେ ବିଗତ ଦଶନ୍ଧି ଧରି ରାଜ୍ୟ ଅମିନ ସଙ୍ଘ ଓଡିଶା ସରକାରଙ୍କ ନିକଟରେ ୭ ଦଫା ଦାବି ଗୁଡିକ ପୂରଣ କରିବା ପାଇଁ ଦାବି ମାନ ଉପସ୍ଥାପନା କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଅମିନ ମାନଙ୍କ ଦାବି ପୂରଣ କରୁନଥିବା ବେଳେ ଆଜି ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦିଆଯାଇଛି | ଏହି ଦାବି ଗୁଡିକ ହେଲା ଷଷ୍ଠ ବେତନ କମିଶନର ହୋଇଥିବା ଅସଙ୍ଗତି ଦୂର କରିବା ସହିତ ଗ୍ରେଡ଼ ପେ ୧୮୦୦ରୁ ୨୮୦୦କୁ ବୃଦ୍ଧି | ଅମିନ ପଦପିର ନାମ ପରିବର୍ତନ କରି ଭୂ -ନିରୀକ୍ଷକ ଅଧିକାରୀ ଭାବେ ନାମିତ କରିବା | ଅମିନ ମାନଙ୍କର ଜବ ଚାର୍ଟ ପ୍ରଦାନ ଓ ଜବ ଚାର୍ଟ ମୁତାବକ କାର୍ଯ୍ୟ ପ୍ରଦାନ କରିବା | ଶିକ୍ଷାଗତ ଯୋଗ୍ୟତା +୨ରୁ +୩ (ସ୍ନାତକ )କୁ ବୃଦ୍ଧି | ଚାକିରୀରେ ୧୦ ବର୍ଷ ପୂରଣ କରିଥିବା କର୍ମଚାରୀ ଙ୍କୁ pay fixatation rule ଅନୁସାରେ ବର୍ଦ୍ଧିତ ହାରରେ ବେତନ ପ୍ରଦାନ କରିବା | ନକ୍ସା ସଂଶୋଧନ ପାଇଁ ଅମିନ ମାନଙ୍କୁ ସ୍ୱତନ୍ତ୍ର LOG IN ID ପ୍ରଦାନ କରିବା | ଜମିବାଡ଼ି ରେଜିଷ୍ଟ୍ରେସନ ଦଲିଲ କରିବା ପୂର୍ବରୁ ରାଜସ୍ବ ନିରୀକ୍ଷକ କିମ୍ବା ଅମିନଙ୍କ ଦ୍ୱାରା ସରଜମିନ ତଦନ୍ତ କରି ନକ୍ସା ପ୍ରଦାନ ଯଦ୍ୱାରା ସଠିକ ନକ୍ସା ଓ ରେକର୍ଡ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ଯଦି ଏହି ସବୁ ଦାବି ଗୁଡିକ ପୂରଣ ନ କରାଯାଏ ତେବେ ଆଗକୁ ନୟାଗଡ଼ ଜିଲ୍ଲା ଅମିନ ସଙ୍ଘ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ସଙ୍ଘ |

Leave A Reply

Your email address will not be published.