xmas

ଅରମାସ ପକ୍ଷରୁ ଶ୍ରୀମା ମହିଳା ପ୍ରଡ୍ୟୁସର ଗ୍ରୁପ ତାଲିମ

ଫୁଲବାଣୀ: ଅରମାସ ପକ୍ଷରୁ ସ୍ୱେଛାସେବୀ ସଂଗଠନ ସାଲ କୀର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଗୁଦାରୀ ନୂଆସାହୀ ଠାରେ ୩୦ଜଣ ଉତ୍ସାହୀ ଓ ଆଗ୍ରହୀ ମହିଳାମାନଙ୍କୁ ନେଇ ଶ୍ରୀମା ପ୍ରଡ୍ୟୁସର ଗ୍ରୁପ ଗଠନ କରାଯାଇ ସେମାନଙ୍କ ଆତ୍ମ ନିର୍ଭରଶୀଳ କରି ସାମାଜିକ ଓ ଅର୍ଥନୈତିକ ଉନ୍ନତି କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରବିବାର ଦିନିକିଆ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବରୀଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅରମାସର ସହକାରୀ କାର୍ଯ୍ୟନିର୍ବାହୀ ବିକ୍ରମ ତରାଇ ,ଅଗ୍ରଣୀ ସ୍ଵେଛା ସେବୀ ସଂଗଠନ ସାଲକୀର ସଂପାଦକ ଅଶୋକ ପ୍ରଧାନ, ମାଷ୍ଟର ଟ୍ରେନର ଗାନ୍ଧୀ ସାହୁ, ଅରମାସ ମାଷ୍ଟର ଟ୍ରେନର ବସନ୍ତ କୁମାର ପ୍ରଧାନ, ଶ୍ରୀମାପିଜିର ସଭାନେତ୍ରୀ ଓ ସଂପାଦିକା ପ୍ରମୁଖ ଯୋଗ ଦେଇ ଗ୍ରୁପର ମହିଳାମାନେ ଏକ ମନ ଏକ ପ୍ରାଣ ହୋଇ ନିଷ୍ଠା ଓ ଆନ୍ତରିକତାର ସହ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିୟ ମିଳିବ ବୋଲି କହିଥିଲେ । ମହିଳାମାନଙ୍କ ଆତ୍ମ ନିର୍ଭରଶୀଳ ପାଇଁ ଏହା ଏକ ସୁନ୍ଦର ଯୋଜନା ଏହାର ଫାଇଦା ନେବା ପାଇଁ କହିଥିଲେ । ଅରମାସ ପକ୍ଷରୁ ୨ ଲକ୍ଷ ୪ହଜାର ଟଙ୍କା ଆର୍ଥୀକ ସହାୟତାରେ ଗହମ, ହଳଦୀ,ମାଣ୍ଡିଆ ଆଦି ମିଲିଙ୍ଗ କରିବା ସହ ଡାଲି ପଲିସିଙ୍ଗ ମେସିନର ଉଦଘାଟନ କରାଯାଇଥିଲା। ମହିଳାମାନେ ପ୍ରତିଦିନ ଉତ୍ପାଦନ କରି ତାକୁ ବଜାରରେ ବିକ୍ରୀ କରିବା ବ୍ୟବସ୍ଥା କରିଛି ଅରମାସ । ସେହିପରି ବିଭିନ୍ନ ପ୍ରକାର ସିଲେଇ ତାଲିମ ମଧ୍ୟ ଶୁଭାରମ୍ଭ ହୋଇଛି । ଏଥିପାଇଁ ୭ଟି ସିଲେଇ ମେସିନ ଯୋଗାଇ ଦିଆଯାଇଛି। ଗ୍ରୁପ ମହିଳାମାନଙ୍କୁ ସୁପରିଚାଳନା ପାଇଁ ମାଷ୍ଟର ଟ୍ରେନର ଗାନ୍ଧୀ ସାହୁ ଓ ବସନ୍ତ ପ୍ରଧାନ ଦିନ ତମାମ ତାଲିମ ପ୍ରଦାନ କରିଥିଲେ । ଆଗକୁ ଭଲ ବ୍ୟବସାୟ ହେଲେ ଅଧିକ ଆର୍ଥୀକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ଅରମାସ ଅଧିକାରୀ ବିକ୍ରମ ତରାଇ l

Leave A Reply

Your email address will not be published.